Advertisements
Monday, June 1, 2020
Home Children Issue ଝାରସୁଗୁଡ଼ାରେ ଭାଇ ଭଉଣୀ ଦୁଇ ଜଣ ଶିଶୁ କରୋନା ପଜିଟିଭ ସହ ଆଉ ଜଣେ ଚିହ୍ନଟ

ଝାରସୁଗୁଡ଼ାରେ ଭାଇ ଭଉଣୀ ଦୁଇ ଜଣ ଶିଶୁ କରୋନା ପଜିଟିଭ ସହ ଆଉ ଜଣେ ଚିହ୍ନଟ

ରିପୋର୍ଟ: ପ୍ରଶାନ୍ତ ମାଝୀ //
ଝାରସୁଗୁଡା (୨୩ /୦୫/୨୦୨୦): ଝାରସୁଗୁଡାରେ ପୁଣି ୩ ଜଣ କୋରନା ଚିହ୍ନଟ । ଝାରସୁଗୁଡ଼ା ସହରରେ ଗତକାଲି ଜଣେ ୫ ବର୍ଷର ଶିଶୁପୁତ୍ରକୁ କରୋନା ଭାଇରସ ସଂକ୍ରମଣ ହୋଇଥିବା ଜଣାଯାଇଛି । ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଟୁଇଟ ଜରିଆରେ ଏହି ସୂଚନା ଦେଇଥିଲେ ।

ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି, ପରିବାର ଲୋକଙ୍କ ସହ ବାହାର ରାଜ୍ୟରୁ ଆସି ଶିଶୁପୁତ୍ର କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲା । ମଙ୍ଗଳବଜାରର ବାସିନ୍ଦା ଏହି ଶିଶୁ ସହ ତା’ର ପରିବାର ଲୋକେ ମଧ୍ୟ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଶିଶୁର ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଶାସନ ନଜର ରଖିଛି । ପରିବାର ଲୋକେ ଗତ ୧୬ ତାରିଖ ଉତ୍ତର ପ୍ରଦେଶର ଆଗ୍ରାରୁ ଫେରିଥିଲେ । ସେମାନେ ଫେରିବା ପରେ ପୂରା ପରିବାର ହୋମ କ୍ୱାରେଣ୍ଟାଇନରେ ଥିଲେ । ଗତ ୧୯ ତାରିଖରେ ସେମାନଙ୍କର ସ୍ୱାବ ନମୁନା ସଂଗ୍ରହ ହୋଇଥିଲା । ଗତକାଲି ୫ ବର୍ଷର ଶିଶୁପୁତ୍ରର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଥିଲା । ହେଲେ ଆଜି ପୁଣି ତାଙ୍କ ପରିବାର ର ଏକ ବର୍ଷ ଝିଅ ମଧ୍ୟ କରୋନା ପଜିଟିଭ ବାହାରିଥିବା ଜିଲ୍ଲାପାଲ ଟ୍ୱିଟ ଯୋଗେ ଜଣାଇଛନ୍ତି | ଏହା ପରେ ପୁଲିସ ଓ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ମଙ୍ଗଳବଜାର ପହଞ୍ଚିଛନ୍ତି ।

ସଂପୃକ୍ତ ଅଂଚଳ କଣ୍ଟେନମେଣ୍ଟ ଜୋନ ପରିସରକୁ ଆସିବ କି ନାହିଁ, ଏ ସଂପର୍କରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ଆସିବା ପରେ ଜଣାପଡ଼ିବ । ଝାରସୁଗୁଡ଼ାରୁ ପ୍ରଥମ କରୋନା ପଜିଟିଭ ଗତ ଏପ୍ରିଲ ୨୯ରେ ଚିହ୍ନଟ ହୋଇଥିଲା । ସେହିପରି ଦ୍ୱିତୀୟ ଆକ୍ରାନ୍ତ ବ୍ୟକ୍ତି ଗତ ୨ ତାରିଖରେ ଚିହ୍ନଟ ହୋଇଥିଲେ । ପ୍ରଥମ ୨ ଦୁଇ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଯିବା ପରେ ଝାରସୁଗୁଡ଼ା ଜିଲ୍ଲା କରୋନା ମୁକ୍ତ ହୋଇଥିଲା । ତେବେ ଗତକାଲି ଜଣେ ଶିଶୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଝାରସୁଗୁଡ଼ା ଜିଲ୍ଲାକୁ କରୋନା ପୁଣି ଫେରିଛି । ଆଜି ଆସିଥିବା ୨ଜଣଙ୍କ ମଧ୍ୟରୁ ଜଣେ ଏକ ବର୍ଷ ଶିଶୁ କନ୍ୟା ଥିବା ବେଳେ ଅନ୍ୟ ଜଣେ ୪୦ ବର୍ଷୀୟ ମହାରାଷ୍ଟ୍ର ଫେରନ୍ତା ବ୍ୟକ୍ତି କରୋନା ଆକ୍ରାନ୍ତ ଥିବା ଜଣାପଡିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: