ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୭/୬) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ରେ ପ୍ରତ୍ୟେକ ଗାଁ’ରେ ରଜ ପର୍ବ ଉତ୍ସବ ପାଳନ କରାଯାଇଛି ।
ରଜ ପର୍ବ କୃଷିଭିତ୍ତିକ ପର୍ବକୁ ଆଜି ଗାଁ ଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବେଶ୍ ଜାକଜମକରେ ଝିଅ ବୋହୂମାନେ ପାଳୁଥିବା ଦେଖିବାକୁ ମିଳିଛି । ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି । ଗାଁ ଗହଳିରେ ଏବେ ପର୍ଯ୍ୟନ୍ତ ରଜକୁ ପାରମ୍ପରିକ ଢଙ୍ଗରେ ପାଳନ କରୁଥିବା ବେଳେ ତିନିଦିନ ଧରି ପହିଲି ରଜ, ମଝି ରଜ ବା ରଜ ସଂକ୍ରାନ୍ତି ଏବଂ ଶେଷ ରଜ ବା ଭୂମି ଦହନରେ କୃଷକ ମାନଙ୍କୁ କ୍ଷେତିବାଡ଼ି କରିବାକୁ ବାରଣ କରାଯାଏ । ରଜରେ ଝିଅ, ବୋହୂମାନେ ଘରର ସବୁ କାମ ସାରି ସଜବାଜ ହୋଇ । ନୂଆଲୁଗା ପିନ୍ଧି ସାଙ୍ଗ ସାଥି ଘରକୁ ବୁଲି ବାହାରନ୍ତିି । ଦୋଳି ଖେଳ, ପୋଡ଼ ପିଠା ସାଙ୍ଗକୁ ଖିଲି ପାନ ହେଉଛି ଏହି ପର୍ବର ମୁଖ୍ୟ ଆକର୍ଷଣ ।
ରଜପର୍ବ ର ପ୍ରକୃତ ଆଧାର ରଜଦୋଳି ଓ ରଜ ଗୀତରେ ଯେତେବେଳେ ସେମାନେ ମତୁଆଲା ହୋଇଉଠନ୍ତି । ସେତେବେଳେ ସେମାନେ ଅଫୁରନ୍ତ ଉତ୍ସାହରେ ଗୀତ ଗାଇ ଉଠନ୍ତି ରଜଦୋଳି ଗୀତ । ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ’ । ରଜ ତିନି ଦିନ ହେଉଛି ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ। ଏହି ତିନି ଦିନରେ କୃଷି କାର୍ଯ୍ୟ ମଧ୍ୟ ନିଷେଧ । ରଜର ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ରେ ପ୍ରତେକ ଗାଁ ଗହଳିରେ ଧୂମଦାମ ରେ ରଜ ପର୍ବ ପାଳନ କରିଥିବା ଦେଖିବାକୁ ମିଳିଛି ।