ରଜ ପର୍ବ ପାଳନ

0
220
ରଜ ପର୍ବ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୭/୬) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ରେ ପ୍ରତ୍ୟେକ ଗାଁ’ରେ ରଜ ପର୍ବ ଉତ୍ସବ ପାଳନ କରାଯାଇଛି ।

ରଜ ପର୍ବ କୃଷିଭିତ୍ତିକ ପର୍ବକୁ ଆଜି ଗାଁ ଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବେଶ୍ ଜାକଜମକରେ ଝିଅ ବୋହୂମାନେ ପାଳୁଥିବା ଦେଖିବାକୁ ମିଳିଛି । ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି । ଗାଁ ଗହଳିରେ ଏବେ ପର୍ଯ୍ୟନ୍ତ ରଜକୁ ପାରମ୍ପରିକ ଢଙ୍ଗରେ ପାଳନ କରୁଥିବା ବେଳେ ତିନିଦିନ ଧରି ପହିଲି ରଜ, ମଝି ରଜ ବା ରଜ ସଂକ୍ରାନ୍ତି ଏବଂ ​‌ଶେଷ ରଜ ବା ଭୂମି ଦହନରେ କୃଷକ ମାନଙ୍କୁ କ୍ଷେତିବାଡ଼ି କରିବାକୁ ବାରଣ କରାଯାଏ । ରଜରେ ଝିଅ, ବୋହୂମାନେ ଘରର ସବୁ କାମ ସାରି ସଜବାଜ ହୋଇ । ନୂଆଲୁଗା ପିନ୍ଧି ସାଙ୍ଗ ସାଥି ଘରକୁ ବୁଲି ବାହାରନ୍ତିି । ଦୋଳି ଖେଳ, ପୋଡ଼ ପିଠା ସାଙ୍ଗକୁ ଖିଲି ପାନ ହେଉଛି ଏହି ପର୍ବର ମୁଖ୍ୟ ଆକର୍ଷଣ ।

ରଜପର୍ବ ର ପ୍ରକୃତ ଆଧାର ରଜଦୋଳି ଓ ରଜ ଗୀତରେ ଯେତେବେଳେ ସେମାନେ ମତୁଆଲା ହୋଇଉଠନ୍ତି । ସେତେବେଳେ ସେମାନେ ଅଫୁରନ୍ତ ଉତ୍ସାହରେ ଗୀତ ଗାଇ ଉଠନ୍ତି ରଜଦୋଳି ଗୀତ । ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ’ । ରଜ ତିନି ଦିନ ହେଉଛି ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ। ଏହି ତିନି ଦିନରେ କୃଷି କାର୍ଯ୍ୟ ମଧ୍ୟ ନିଷେଧ । ରଜର ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ରେ ପ୍ରତେକ ଗାଁ ଗହଳିରେ ଧୂମଦାମ ରେ ରଜ ପର୍ବ ପାଳନ କରିଥିବା ଦେଖିବାକୁ ମିଳିଛି ।