Friday, March 29, 2024

Top 5 This Week

Related Posts

ଚାଷଜମି ରେ ନିଆ ଲଗାଇ ଦେବାରୁ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡି ପାଉଁଶ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୬) : ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ପୁଝାରି ସାହାଜବାହାଲ ର ସୁବଳ ପୁଝାରି ନିଜ ପରିବାର ସହ ଜୁରାବୁଣ୍ଡଳୀ ଠାରେ ରହନ୍ତି । ଚାଷଜମି ରେ ନିଆ ଲଗାଇ ଦେବାରୁ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡି ପାଉଁଶ ହୋଇଯାଇଛି ।WhatsApp Image 2023 06 17 at 11.19.35 ଚାଷଜମି ରେ ନିଆ ଲଗାଇ ଦେବାରୁ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡି ପାଉଁଶ

ଗତକାଲି କେହିଜଣେ ଦୁର୍ବୁର୍ତ୍ତ ସଂକରା ଚାଷଜମି ପଟେ ନିଆଁ ଲଗାଇ ଦେଲା । ନିଆଁ ଟି ଚାଲିଆସି ସୁବଳ ପୁଝାରି ଙ୍କ ଚାରିବଖରା ଘର ସହ, ଗୋଟିଏ ଗାଈ ଗୁହାଳ, ୪୫ ପକେଟ ଧାନ, ୫ଏଚ ପି ମଟର ପାଇପ, ଦୁଇଟି ଡିଜେଲ ମୋଟର ୭ କୁଇଣ୍ଟାଲ ବିହନ ଧାନ ସହ ୨୨ ପକେଟ ଚାଉଳ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ତାହା ସହ ତାଙ୍କ ବାଡ଼ିରେ ଥିବା ସହ ସହ ଫଳ ଗଛ ମଧ୍ୟ ପୋଡି ଯାଇଛି । ବିନିକା ଏବଂ ଆଖପାଖ ଅଞ୍ଚଳରେ ଚାଷୀ ମାନେ ନିଜ ସୁବିଧା ପାଇ ବାରମ୍ବାର କ୍ଷେତ ମାନଙ୍କରେ ନିଆ ଲଗେଇ ଦେଇ ସେଠାରୁ ଚମ୍ପଟ ମାରୁଛନ୍ତି କାରଣ ୪୪ ଡିଗ୍ରୀ ତାପମାତ୍ରା ରେ ନିଆ ଲିଭାଇବା ସମ୍ଭପର ନୁହେଁ । କିନ୍ତୁ ତାଙ୍କର ଏହି କୁକାର୍ଯ୍ୟ ପାଇଁ ବିଚରା ଅଗ୍ନିଶମ ବିଭାଗ ନାକେ ଦମ ହେଉଛନ୍ତି । କିଛିଦିନ ତଳେ ପଲସାପାଳିରେ ଚାଷଜମିରୁ ନିଆଁ ଲାଗି ଜଣେ ଚାଷୀ ର ୧୦ ଟି ଗାଈ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିଲେ ।ଚାଷଜମି ନିଆଁ ଚାଷୀର ସମସ୍ତ ସମ୍ପତି ଏବଂ ରୋଜଗାର କୁ ଜାଳି ପୋଡି ନଷ୍ଟ କରିଦେଲା । ତଥାପି କେହି ଏଥିରୁ ଶିକ୍ଷା ନେଲେ ନାହିଁ ଏବଂ ବାରମ୍ବାର ଚାଷ ଜମିରେ ନିଆଁ ଲଗାଉଛନ୍ତି । ଏଦିଗରେ ପ୍ରଶାସନ ଚାଷୀମାନଙ୍କୁ ସଚେତନ କରିବା ସହ ଦୋଷୀ ମାନଙ୍କୁ ଦଣ୍ଡ ବିଧାନ କରିବା ପାଇଁ ଜନସାଧାରଣ ଙ୍କ ମହଲ ରେ ଆଲୋଚନା ହେଉଛି ।

Popular Articles