ଅଘୋଷିତ ବିଦ୍ୟୁତ କାଟ କୁ ନେଇ ବିଜେପି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

0
95
ଅଘୋଷିତ ବିଦ୍ୟୁତ କାଟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୬) : ଅଘୋଷିତ ବିଦ୍ୟୁତ କାଟ କୁ ନେଇ ବିଜେପି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଟାଟା ପାୱାର ର ମନ ମୁଖି କାର୍ଯ୍ୟକଳାପ ସହିତ ଅଘୋଷିତ ବିଜୁଳି କାଟ ପ୍ରତିବାଦ ରେ ଆଜି ବିନିକା ଇଲେକ୍ଟ୍ରି ଏସଡିଓ ଅଫିସରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଥିଲା ।

ଏନଏସି ସାଂସଦ ପ୍ରତିନିଧି ପ୍ରଶାନ୍ତ ଚନ୍ଦ୍ର ଦଣ୍ଡସେନା ଙ୍କ ନେତୃତ୍ୱରେ ବିନିକା ତହସିଲ ଅଫିସ ଛକ ଠାରୁ ଇଲେକ୍ଟ୍ରି ଏସଡିଓ ଅଫିସ ପର୍ଯ୍ୟନ୍ତ ବିଭିନ୍ନ ନାରାବାଜି ଦେଇ ବିଜେପି କର୍ମୀ ମାନେ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଏସଡିଓ ଅଫିସ ସମ୍ମୁଖରେ ଭିକ୍ଷୋଭ ପ୍ରଦର୍ଶନ କରି ଟାଟା ପାୱାର ଓ ରାଜ୍ୟସରକାର ଙ୍କ ଉପରେ ବର୍ଷିଥିଲେ । ଅଘୋଷିତ ବିଦ୍ୟୁତ କାଟ କୁ ନେଇ ବିଜେପି କର୍ମୀଙ୍କ ଭିକ୍ଷୋଭ ପ୍ରଦର୍ଶନ ରେ ବିଜୟ ମହାକୁର, ସମ୍ବିତ ନେପାକ, ଧର୍ମେନ୍ଦ୍ର ସାହୁ, ଅଶୋକ ପୃଷ୍ଟି, ବିଶ୍ଵାଦେବ ବଡ଼ପଣ୍ଡା, ଉଦ୍ଧବ ମହାକୁର, ପ୍ରମିଳା କଲତା, ସୁରୁଚି ବେହେରା, ହିତେଶ ବର୍ଦ୍ଧନ, ଆକାଶ ନାଏକ, ପ୍ରଶାନ୍ତ ପଣ୍ଡା, ଯଦୁମଣି କର୍ଣ୍ଣ, ପ୍ରଶାନ୍ତ ପଣ୍ଡା ପ୍ରମୁଖ ସାମିଲ ଥିଲେ ।