ଜିଲ୍ଲାସ୍ତରୀୟ ଜ୍ଞାନ ବଣ୍ଟନ ଓ କ୍ଷମତା ନିର୍ମାଣ କର୍ମଶାଳା ଅନୁଷ୍ଠିତ

0
83
ଜିଲ୍ଲାସ୍ତରୀୟ ଜ୍ଞାନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୬) : ସିଙ୍ଗାପୁର ଫେରନ୍ତା ଜିଲ୍ଲା ମିଶନ ଶକ୍ତି ମହାସଂଘ ସଭାପତି ମମତା ସାହୁ ଙ୍କୁ ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦେବା ଅବସରରେ ମିଶନ ଶକ୍ତି ମାଁ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଜ୍ଞାନ ବଣ୍ଟନ ତଥା କ୍ଷମତା ନିର୍ମାଣ କର୍ମଶାଳା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି lWhatsApp Image 2023 06 16 at 23.02.09 ଜିଲ୍ଲାସ୍ତରୀୟ ଜ୍ଞାନ ବଣ୍ଟନ ଓ କ୍ଷମତା ନିର୍ମାଣ କର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ କର୍ମଶାଳା ତଥା ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କରି ଜିଲ୍ଲା ମିଶନ ଶକ୍ତି ସୁବର୍ଣ୍ଣଶିଖା ମହାସଂଘ ସଭାପତି ଶ୍ରୀମତୀ ସାହୁ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୌଙ୍କନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l ଜିଲ୍ଲାପାଳ ସମାଜ ବିକାଶରେ ମାଁ ମାନଙ୍କ ଭୂମିକା କୁ ପ୍ରଶଂସା କରିବା ସହିତ ରାଜ୍ୟ ସରକାର ଙ୍କ ତରଫରୁ ମାଁ ମାନଙ୍କୁ ମିଳୁଥିବା ସମ୍ମାନ ତଥା ସୁବିଧା ସୁଯୋଗ ଉପରେ ନିଜର ବକ୍ତବ୍ୟ ରଖିଥିଲେ l ମାଁ ମାନଙ୍କ ବଳିଷ୍ଠ ଆନ୍ତରିକ ସହଯୋଗ ଓ କାର୍ଯ୍ୟ ଦକ୍ଷତା ସେମାନଙ୍କୁ ଆତ୍ମନିର୍ଭର କରିବା ସହ ସମାଜ କୁ ବିକାଶ ମାର୍ଗରେ ନେଉଥିବା କହିଥିଲେ l ସେ ଏହି ପରିପ୍ରେକ୍ଷୀରେ ଜିଲ୍ଲାର ମାଁ ଭଉଣୀ ମାନେ ଅତିକମରେ ଦଶମ ପାସ ଯାଏଁ ଶିକ୍ଷା ଗ୍ରହଣ କୁ ଗୁରୁତ୍ୱ ଦେଇ ଡିଷ୍ଟାନ୍ସ ଏଜୁକେସନ ମାଧ୍ୟମରେ ହାସଲ କରିବାକୁ ଆହ୍ୱାନ କରିଛନ୍ତି l ଜିଲ୍ଲାସ୍ତରୀୟ ଜ୍ଞାନ ବଣ୍ଟନ ଓ କ୍ଷମତା ନିର୍ମାଣ କର୍ମଶାଳା ରେ ସିଙ୍ଗାପୁର ଫେରନ୍ତା ଶ୍ରୀମତୀ ସାହୁ ନିଜ ବକ୍ତବ୍ୟ ରେ ସିଙ୍ଗାପୁର ଯାତ୍ରା ର ଅଭିଜ୍ଞତା, ସେଠାକାର ଜୀବନ ଚର୍ଯ୍ୟl ଓ ସମାଜ ବିକାଶରେ ସେଠାକାର ମହିଳାଙ୍କ ଭୂମିକା ଉପରେ ଉପସ୍ଥାପନା କରିଥିଲେ l

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଶ୍ରୀମତୀ ସାହୁ ଙ୍କୁ ସିଙ୍ଗାପୁର ଗସ୍ତ ର ଅଭିଜ୍ଞତା ତଥା ଜ୍ଞାନ ଆହରଣ କୁ ଆମଜିଲ୍ଲାରେ ଉଚିତ ବ୍ୟବହାର ପୂର୍ବକ ଜିଲ୍ଲାର ଗରିମାକୁ ବଢାଇବାକୁ ପରାମର୍ଶ ଦେଇଛନ୍ତି l ଏହି କର୍ମଶାଳା ତଥା ସମ୍ବର୍ଦ୍ଧନା ସଭାରେ ଭାରପ୍ରାପ୍ତ ଡିଏସଡବ୍ଲୁଓ ଅନିତା ଗୁରୁ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଜିଲ୍ଲା ମିଶନ ଶକ୍ତି ସଂଯୋଜକ କାର୍ତ୍ତିକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l କର୍ମଶାଳl ରେ ଡିପିଏମ ଓ ଏଲ ଏମ ଫ୍ରାନସିସ ବାର୍ଲା, ତଥା ଜିଲ୍ଲା ମିଶନ ଶକ୍ତି ମହାସଂଘ ସଦସ୍ୟା, ବ୍ଲକ ମିଶନ ଶକ୍ତି ମହାସଂଘ ର କର୍ମକର୍ତ୍ତା, ତଥା ବିଭାଗୀୟ ଅଧିକାରୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ l