ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୦.୨ ଡିଗ୍ରୀ ରେକର୍ଡ

0
91
ରେକର୍ଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୬/୦୬) : ସକାଳୁ ସକାଳୁ ଜଳିଲାଣି ରାଜଧାନୀ। ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୦.୨ ଡିଗ୍ରୀ ରେକର୍ଡ ।

୩୦.୨ ଡିଗ୍ରୀ ସହ ଆର୍ଦ୍ରତା ୯୨% ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଆଗାମୀ ୩ ଦିନ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ୧୮ ତାରିଖ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ । କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକଠୁ ୫ ରୁ ୭ ଡିଗ୍ରୀ ଅଧିକ ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ତାପମାତ୍ରାରେ ପରିବର୍ତ୍ତନ ହେବ । ଏତେ ତାତି ଯେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡୁଛନ୍ତି । ତାତି ସାଙ୍ଗକୁ ଗୁଳୁଗୁଳୁ ଅଧିକ ପ୍ରଭାବିତ କରୁଛି ।