୫ ଟି ସ୍ଥାନରେ ଭିଜିଲାନ୍ସ କରୁଛି ରେଡ ଯୋଗାଣ ଅଧିକାରୀ

2
115
୫ ଟି

ରପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୧୬/୦୬) : ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲାର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସର ରେଡ । ୫ ଟି ସ୍ଥାନରେ ଭିଜିଲାନ୍ସ କରୁଛି ରେଡ ।

ଭୁବନେଶ୍ୱର, ପୁରୀ ସମେତ ୫ ଟି ସ୍ଥାନରେ ଭିଜିଲାନ୍ସ କରୁଛି ରେଡ । ଭୁବନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ କରାଯାଇଛି ଏହି ରେଡ । ଏହି ରେଡରେ ୨ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ରେଡ୍ ବେଳେ ବାବୁଙ୍କ ଆଖି ଖୋସା ସମ୍ପତି ସାମ୍ନାକୁ ଆସିଛି । ବିଳାସମୟ ଘର ତାଜୁବ କରିଛି । ବାବୁଙ୍କ ହାତୀ ସଉକ, ବାସ୍ତୁ ଦୋଷ କାଟିବା ପାଇଁ ଘରେ ରଖିଥିଲେ ଦୁଇଟି ରୁପା ହାତୀ । ୧୫ ରୁ ଅଧିକ ବ୍ୟାଙ୍କ ପାସବୁକ ସହ ଏଲଆଇସି ବୀମା ଓ ଜମି ଜମା କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ । ଗ୍ୟାରେଜ ଛକରେ ଥିବା ବିଳାସପୂର୍ଣ୍ଣ ୩ ମହଲା ଘର ସହ ଏକ ଡ୍ୟୁପ୍ଲେକ୍ସରେ ଯାଞ୍ଜ କରୁଛି ଭିଜଲାନ୍ସ । ଭୀମଟାଙ୍ଗି, ନିମାପଡା ଖେଲାରରେ ବାବୁଙ୍କର ରହିଛି ପ୍ରାୟ ୩୦ ଟି ଦୋକାନ ଯାହା ଭଡା ଲାଗିଥିବା ସୂଚନା ମିଳିଛି। ସେହିପରି ନିମାପଡା ସୁନାଗରଧୀ ପୈତୃକ ଗାଁ’ରେ ଏକା ଘର ଓ ଫାର୍ମ ହାଉସ ମଧ୍ୟ ରହିଛି । ବାବୁ ଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୦ କୋଟି ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

2 COMMENTS

Comments are closed.