Advertisements
Monday, June 1, 2020
Home Corona Lockdown ଭାରତୀୟ ଜନତା ଯୁବମୋର୍ଚା ରାଜ୍ୟ ସଭାପତିଙ୍କ ବରଗଡ଼ ଜିଲ୍ଲାକୁ ତୁଫାନି ଗସ୍ତ

ଭାରତୀୟ ଜନତା ଯୁବମୋର୍ଚା ରାଜ୍ୟ ସଭାପତିଙ୍କ ବରଗଡ଼ ଜିଲ୍ଲାକୁ ତୁଫାନି ଗସ୍ତ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୨୧/ ୫): ରାଜନୀତି ହଉ କି ସାମାଜିକ କାର୍ଯ୍ୟ, ସେବା ହଉ କି ଅନ୍ୟାୟ ବିରୋଧରେ ଆନ୍ଦୋଳନ ସମସ୍ତ କର୍ଯ୍ୟ ରେ ସବୁ ବେଳେ ଆଗୁଆ ରହି ନିଜର ପ୍ରସ୍ତୁତି ଜାହିର କରିଥାଏ ଭାରତୀୟ ଜନତା ଯୁବମୋର୍ଚା । ସେହିପରି ବର୍ତ୍ତମାନ ସାରା ବିଶ୍ୱକୁ କରୋନା ଭୁତାଣୁ ନିଜ କାୟା ବିସ୍ତାର କରି କବଳିତ କରିଥିବା ବେଳେ ସାରା ଦେଶରେ ମଧ୍ୟ କରୋନାର ସଂକ୍ରମଣ ଚେନ କୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଲୋକେ ଘରୁ ନ ବାହାରିବା ସହ ଲକଡାଉନ ମାନୁଛନ୍ତି।

ହେଲେ ଏହି ସମୟରେ ନିଜର କର୍ତ୍ତବ୍ୟ ପରାୟଣତାର ଉଦାହରଣ ଦେଇ ପ୍ରତିଦିନ ନିଜ ଜୀବନକୁ ବାଜିରେ ଲଗାଇ ସ୍ୱାସ୍ଥ୍ୟ କର୍ମୀ, ସ୍ଵଛତା କର୍ମୀ, ତଥା ସାମ୍ବାଦିକ ମାନଙ୍କୁ ମୋଦୀଜି କରୋନା ଯୋଦ୍ଧା ଭାବରେ ସମ୍ବୋଧିତ କରିଥିବା ବେଳେ ଭାରତୀୟ ଜନତା ଯୁବମୋର୍ଚା ତରଫରୁ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ରାଜ୍ୟ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ମଧ୍ୟ ଲଗାତାର ରକ୍ତଦାନ ଶିବିର ତଥା କରୋନା ଯୁଦ୍ଧାଙ୍କୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କରୁଥିବା ବେଳେ ଗତ କାଲି ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀଙ୍କ ବରଗଡ଼ ଗସ୍ତ ଯୁବମୋର୍ଚା ସଦସ୍ୟଙ୍କ ମଧ୍ୟରେ ଉତ୍ସାହର ସଂଚାର କରିଛି । ବରପାଲି ତଥା ପାଇକମାଲ ଅଂଚଳରେ ରକ୍ତଦାନ ଶିବିର କରାଯାଇଥିବା ବେଳେ ରକ୍ତଦାତା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହା ସହ ପଦ୍ମପୁର ଉପଖଣ୍ଡ ସାରଳାକୁମାରି ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ କର୍ମୀ ତଥା ସ୍ୱଚ୍ଛତା କର୍ମୀ ମାନଙ୍କ ଗୋଡ ଧୋଇ ଉପଢୋକାନ ସହ ସୁଖା ଖାଦ୍ୟ ତଥା ଚାଉଳ ଡାଲି ଆଳୁ ଆଦି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ସହ ପଦ୍ମପୁର ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ଅଂଚଳ ରିକ୍ସା ଚାଳକ ମାନଙ୍କୁ ମଧ୍ୟ ସୁଖା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହା ସହ ପ୍ରଧାନମନ୍ତ୍ରୀ କରୋନା ଯୋଦ୍ଧା ଭାବରେ ସମ୍ବୋଧିତ କରିଥିବା ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ମାନ ଜଣାଇ, ପାଇକମାଲ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୋକନ ସହ ଧନ୍ୟବାଦ ପତ୍ର ସହ ସମ୍ମାନିତ କରିଥିଲେ । ଏହା ସହ ଅତବୀରାରେ ଯୁବମୋର୍ଚା ସଦସ୍ୟ ମାନଙ୍କ ସହିତ ସ୍ଥିତି ବିଷୟରେ ଆଲୋଚନା ସହ ରକ୍ତଦାନ, ଖାଦ୍ୟ ସାମଗ୍ରୀ ବଣ୍ଟନ, କରୋନା ଯୋଦ୍ଧାଙ୍କୁ ଉତ୍ସାହ ଆଦି କାର୍ଯ୍ୟ ଅବିରତ ଚଳାଇବା ପାଇଁ ଅନୁରୋଧ ସହ ସଦସ୍ୟଙ୍କୁ ଉତ୍ସାହିତ କରିବାପାଇଁ ଅଭିବାଦନ ଜଣାଇଥିଲେ । ଏବଂ ପଦ୍ମପୁର ଠାରେ ଜିଲ୍ଲା ଯୁବମୋର୍ଚା ତରଫରୁ କରୋନା ସହ ମୁକାବିଲା ପାଇଁ ପ୍ରଧାନ ମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ୮୫ ହଜାର ୨୨୦ଟଙ୍କାର ଅନୁଦାନ ରାଶୀ ପ୍ରଦାନ ପରି ଯୁବମୋର୍ଚା ଆଗକୁ ମଧ୍ୟ ଏହି ସମସ୍ତ ସାମାଜିକ କାର୍ଯ୍ୟ ତଥା ସ୍ବେଚ୍ଛାକୃତ ସେବା ଚଳାଇବା ସହ ଦେଶର ହିତ ସାଧନ ପାଇଁ ସଦା ସର୍ବଦା ଆଗୁଆ ରହିବ ବୋଲି ଉଦ୍ବୋଧିତ କରିଥିବାର ବରଗଡ଼ ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରିତେଶ କୁମାର ବହିଦାର ସୂଚନା ଦେଇଛନ୍ତି ।

ଏହି ଗସ୍ତ ସମୟରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବରଗଡ଼ ଜିଲ୍ଲା ସଭାପତି ଅଶ୍ବିନୀ ଷଡଙ୍ଗୀ, ବରିଷ୍ଠ ନେତା ସୁରେଶ୍ୱର ଶତପଥୀ, ବରିଷ୍ଠ ନେତା ସନତ ଗଡ଼ତୀୟା, ରାଜ୍ୟ ଯୁବମୋର୍ଚା ସମ୍ପାଦକ ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରିତେଶ କୁମାର ବହିଦାରଙ୍କ ସହ ଜିଲ୍ଲାର ପ୍ରତେକ ନିର୍ବାଚନ ମଣ୍ଡଳୀ ର ଯୁବମୋର୍ଚା କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି ହୋଇଥିବା କାର୍ଯ୍ୟକ୍ରମ ଗୁଡିକୁ ସୁଚାରୁ ରୁପେ ସମ୍ପାଦନ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: