Friday, March 29, 2024

Top 5 This Week

Related Posts

ଘର ଉପରେ ବିପଦପୂର୍ଣ୍ଣ ବିଦ୍ୟୁତ୍ ତାର,, ସ୍ଥାନାନ୍ତରଣ ପାଇଁ ଦାବି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୬/୦୬) : ସୋନପୁର ବ୍ଲକ ଖାରୀ ସେକ୍ସନ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ପାଖରେ ଥିବା ଅଶୋକ ବଗର୍ତ୍ତିଙ୍କ ନବ ନିର୍ମିତ ଘର ଉପରେ ୧୧ କେଭି କେବୁଲ ବିଦ୍ୟୁତ୍ ତାର ଟଣାଯାଇଛି l

ଯାହାଫଳରେ ପରିବାର ବର୍ଗ ଭୟଭୀତ ଅବସ୍ଥାରେ ଅଛନ୍ତି । ଅଶୋକ ବଗର୍ତ୍ତି ତାର ସ୍ଥାନାନ୍ତର କରିବା ପାଇଁ ଖାରୀ ଗ୍ରିଡର ଜେଇଙ୍କୁ ବାରମ୍ବାର ଜଣାଇଲେ ଥିଲେ ମଧ୍ଯ କୌଣସି ସୁଫଳ ମିଳିନାହିଁ । କିଛି ବର୍ଷ ପୂର୍ବରୁ ଅଶୋକ ବଗର୍ତ୍ତି ତାଙ୍କ ନିଜସ୍ବ ପୈତୃକ ଜମିରେ ଘର ନିର୍ମାଣ ପାଇଁ ମୂଳଦୁଆ ପକାଇଥିଲେ । କିନ୍ତୁ ବିଦ୍ୟୁତ୍ ବିଭାଗର ମନମାନି ଯୋଗୁଁ ଘର ନିର୍ମାଣ ପାଇଁ ନିଅ ଖୋଳିଥିବା ଜମି ଉପର ଦେଇ ବିଦ୍ୟୁତ୍ ତାରକୁ ନେଇଥିଲେ । ବର୍ତ୍ତମାନ ଘର ଉପରେ ବିଦ୍ୟୁତ୍ ତାର ଯାଇଥିବାରୁ ଘର ନିର୍ମାଣ ରେ ବାଧା ସୃଷ୍ଟି ହେଉଛି ।

ଏହି ବିଦ୍ୟୁତ୍ ତାର ପାଇଁ କାଳେ କୌଣସି ଦୁର୍ଘଟଣା ଘଟିଯିବ ବୋଲି ପରିବାରବର୍ଗ ଘର ନିର୍ମାଣ କୁ ଅଧାରେ ରଖି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଏ ସମ୍ପର୍କରେ ଖାରୀ ବିଦ୍ୟୁତ୍ ବିଭାଗ ସହଯୋଗ କରିବା ଦିଗରେ ଆଦୌ ତତ୍ପର ନଥିବା ଅଭିଯୋଗ ହେଉଛି । ଏପରିକି ନିଜସ୍ବ ଖର୍ଚ୍ଚରେ ତାର ସ୍ଥାନାନ୍ତର କରିବାକୁ ଉପଭୋକ୍ତା କୁ ତାଗିତ କରୁଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ଫଳରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ଉକ୍ତ ପରିବାର ସ୍ୱାଭାବିକ ଭାବରେ ଜୀବନ ଅତିବାହିତ କରିପାରିବେ ବୋଲି ଏହି ଅଞ୍ଚଳର ବୃଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Popular Articles