Advertisements
Monday, June 1, 2020
Home District News ଶ୍ରମିକ ସ୍ଵତନ୍ତ୍ର ରେଳ ଯୋଗେ କେରଳର ତିରୁଭାଲରୁରୁ ଆସିଲେ ୨୧୬ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

ଶ୍ରମିକ ସ୍ଵତନ୍ତ୍ର ରେଳ ଯୋଗେ କେରଳର ତିରୁଭାଲରୁରୁ ଆସିଲେ ୨୧୬ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //
ର।ୟଗଡ଼। (୨୧/୦୫): ପ୍ରବାସୀ ଓଡ଼ିଆ ଶ୍ରମିକ କେରଳର ବିଭିନ୍ନ ସ୍ଥାନକୁ ରୋଜଗାର କରିବା ପାଇଁ ଆମ ରାଜ୍ୟର ଗଜପତି, ରାୟଗଡ।,କରାପୁଟ, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାର ଯାଇଥିଲେ । କରୋନା ଲକଡାଉନ ହେବା ଫଳରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଶେଷରେ ସ୍ଵତନ୍ତ୍ର ରେଲ ଯୋଗେ ତିରୂଲଭାଲରୁ ଆଜି ସେମାନେ ରାୟଗଡ଼ା ପହଞ୍ଚିଛନ୍ତି।

ଏଥି ମଧ୍ୟରୁ ଗଜପତି ରୁ ୪୧ଜଣ,ରାୟଗଡ଼ାର ୧୭ଜଣ,କୋରାପୁଟର ୧୧ଜଣ, ନବରଙ୍ଗପୁର ଜିଲ୍ଲାର ୧୨୧ଜଣ, କନ୍ଧମାଳର ୨୩ଜଣ ଓ ମାଲକାନଗିରି ଜିଲ୍ଲାର ୩ଜଣ ମିଶି ସର୍ବମୋଟ ୨୧୬ଜଣ ଶ୍ରମିକ ଆଜି ରାୟଗଡ଼ା ପହଞ୍ଚିଛନ୍ତି । ସେହି ଶ୍ରମିକମାନଙ୍କୁ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା,ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପି.ଡି, ଡି.ଆର ଡି. ଏ,ଶ୍ରୀ ଅମ୍ରିତ ରୁତୁରାଜ, ଉପଜିଲ୍ଲାପାଳ ରାୟଗଡ଼ା ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ପ୍ରବାସୀ ଶ୍ରମିକ ମାନଙ୍କୁ ସ୍ବାଗତ କରିଥିଲେ, ଓ ସଂପୃକ୍ତ ଜିଲ୍ଲାଧିକାରୀ ମାନଙ୍କୁ ହସ୍ତାନ୍ତର କରିଥିଲେ ।

ସେହିପରି ରାୟଗଡ଼ା ଜିଲ୍ଲାର ରାମନାଗୁଡା ବ୍ଲକର ୫ଜଣ,ଗୁଣୁପୁର ବ୍ଲକର ୩ ଜଣ ଏବଂ ମୁନିଗୁଡା ବ୍ଳକର ୯ଜଣ ସର୍ବମୋଟ ୧୭ଜଣ ଶ୍ରମିକଙ୍କୁ ସଂପ୍ରୁକ୍ତ ବିଡ଼ିଓ ମାନଙ୍କୁ ହସ୍ତାନ୍ତର କରାଯାଇ ଥିଲା ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: