ଉତ୍କଳ ଗୋପାଳ ଗଉଡ ସମାଜର ପ୍ରଥମ ପ୍ରସ୍ତୁତି ବୈଠକ

0
164
ଉତ୍କଳ ଗୋପାଳ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୬) : ଉତ୍କଳ ଗୋପାଳ ଗଉଡ ସମାଜ ରାଜ୍ୟ ସଭାପତି ଧରଣୀଧର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଳା ଉତ୍କଳ ଗଉଡ ସମାଜର ପ୍ରଥମ ପ୍ରସ୍ତୁତି ବୈଠକ ଆଜି କାଶିପୁର ବ୍ଳକ ଖୁରିଗାଁ ଗ୍ରାମ ପଞ୍ଚାୟତ ର ଚେରକେଟା ଜଳ ପ୍ରପାତ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 06 15 at 20.28.51 ଉତ୍କଳ ଗୋପାଳ ଗଉଡ ସମାଜର ପ୍ରଥମ ପ୍ରସ୍ତୁତି ବୈଠକ

ଏଥିରେ ଉତ୍କଳ ଗୋପାଳ ଗଉଡ ସମାଜର ଜିଲ୍ଳା ସଭାପତି ସୁରତ କୁମାର ଗୋପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବ୍ଳକର ୧୧୩ ଖଣ୍ଡ ଗାଁ’ରେ ବସବାସ କରୁଥିବା ଗଉଡ ସଂପ୍ରଦାୟର ୬୦୦ ରୁ ୭୦୦ ଜଣ ଗ୍ରାମବାସୀ ଯୋଗ ଦେଇଥିଲେ । ପ୍ରଥମେ ବୈଠକରେ ଉପସ୍ଥିତ ବୟୋଜେଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ରାଧାକୃଷ୍ଣଙ୍କ ଫୋଟୋଚିତ୍ରରେ ଦୀପଧୂପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଜିଲ୍ଲା ଉପସଭାପତି ଶରତ ଗଉଡ ପ୍ରଥମେ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଆଗାମୀ ଦିନରେ ସଂଗଠନକୁ କିପରି ସୂଦୃଢ କରାଯାଇପାରିବ ଏବଂ ଜିଲ୍ଲାରେ ରହୁଥିବା ସମସ୍ତ ଗଉଡ ଭାଇଭଉଣୀଙ୍କୁ ଏକଜୁଟ କରି ସଂଗଠନକୁ ଆହୁରି ମଜବୁତ କରି ହେବ ସେ ନେଇ ଜିଲ୍ଲା ସଂପାଦକ ଶିବ ନାରାୟଣ ଗଉଡ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ସେହିପରି ଉତ୍କଳ ଗୋପାଳ ଗଉଡ ସମାଜର ପ୍ରସ୍ତୁତି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ, ସଂଗଠନ ସୂଦୃଢିକରଣ ସହ ଗାଁ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରରେ ଗଉଡ ସମାଜର କମିଟି ଗଠନ, ଗଉଡ ଜାତିର ମହାନତା ବିଷୟରେ ବିସୃତ ଭାବେ ବକ୍ତବ୍ୟ ରଖିବା ସହ ନିଶା ନିବାରଣ ଓ ଶିକ୍ଷାଗ୍ରହଣ ଭଳି କାର୍ଯ୍ୟକ୍ରମକୁ ଗଉଡ ସମାଜ ଗୁରୁତ୍ୱ ଦେବା ପାଇଁ ଜିଲ୍ଲା ସଭାପତି ଶ୍ରୀ ଗୋପାଳ ଉପସ୍ଥିତ ସଦସ୍ୟ ମାନଙ୍କୁ ଉଦବୋଧନ ଦେଇଥିଲେ । ସେହିପରି ଗଉଡ ସଂପ୍ରଦାୟର ଜମିହୀନ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ଏବଂ ବାସହୀନ ଗରୀବ ଲୋକଙ୍କୁ ୪ ଡିସିମିଲ୍ ଘରଡିହ ପଟ୍ଟା ସହ ବିପିଏଲ ଓ ଏପିଏଲ୍‌ରୁ ବାଦ ପଡିଥିବା ହିତାଧିକାରୀଙ୍କୁ ଅନ୍ୟ ସରକାରୀ ସୁବିଧା ପ୍ରଦାନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଉତ୍କଳ ଗୋପାଳ ଗଉଡ ସମାଜର ମହିଳା, କୃଷକ, ଓକିଲ, ଯୁବକ, ଶିକ୍ଷକ, ଡାକ୍ତର, ମିଡିଆ, ପ୍ରଶାସନିକ, ଇଂଜିନିୟର ଓ ଛାତ୍ର ଭଳି ଦଶଟି ସଂଗଠନ ରହିଥିବାରୁ ଏହି ସବୁ ସଂଗଠନ ଦ୍ୱାରା ଗଉଡ ସମାଜର ଜାତି ଭାଇଭଉଣୀମାନେ ବିଭିନ୍ନ କ୍ଷେତ୍ରରେ ସାହାର୍ଯ୍ୟ ପାଇପାରିବେ ବୋଲି ସଭାପତି ଶ୍ରୀ ଗୋପାଳ କହିବା ସହ ଉତ୍କଳ ଗୋପାଳ ଗଉଡ ଜାତି ଭଗବାନ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ ଅଟନ୍ତି ।

ଗୋପାଳ ଗଉଡ ଜାତି ଏକ କ୍ଷତ୍ରିୟ ବୈଷ୍ୟ ଜାତି ହୋଇଥିବା ବେଳେ ଏହି ଜାତି ଏକ ଲଢୁଆ ଓ ସଂଗ୍ରାମୀ ଜାତି ରହିଆସିଛି ବୋଲି ମଧ୍ୟ ପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳଧର ଗଉଡ, ଗୋପଚନ୍ଦ୍ର ଗଉଡ, ସୁରେନ୍ଦ୍ର ଗଉଡ, କୃଷ୍ଣ ଗଉଡ, ରାମେଶ୍ୱର ଗଉଡ, ଜଗନ୍ନାଥ ଗଉଡ, ଡମ୍ବୁରୁଧର ଗଉଡ, ମାଙ୍ଗତିଆ ଗଉଡ, ଜଗ ଗଉଡ, ଚନ୍ଦ୍ର ଗଉଡ, ବୁଟି ଗଉଡଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଯାଦବ ମହାସଭା ସଂଘର ରାଜ୍ୟସ୍ତରୀୟ ସଂପାଦକ ଅମିତ ଗଉଡ ମଧ୍ୟ ଯୋଗ ଦେଇ ଜାତି ଭାଇଭଉଣୀମାନଙ୍କ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ ।