ରଥଯାତ୍ରାରେ ଅସ୍ଥାୟୀ ଷ୍ଟଲ୍ ନିମନ୍ତେ ଅଣବ୍ୟବସାୟୀଙ୍କ ଭିଡ

0
318
ରଥଯାତ୍ରାରେ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା, (୧୫/୦୬) : ରାୟଗଡା ଶ୍ରୀ ଗୁଣ୍ଡିଚା ରଥଯାତ୍ରା ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ । ଉଠା ଦୋକାନି ଓ ବ୍ୟବସାୟୀ ମାନଙ୍କ ପାଇଁ ରଥଯାତ୍ରାରେ ୧୭୬ଟି ଅସ୍ଥାୟୀ ଷ୍ଟଲ୍ ନିର୍ମାଣ କରାଯାଇଛି । ଏଥି ନିମେନ୍ତେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଦେବତ୍ତର ବିଭାଗ ତରଫରୁ ଆବେଦନ ପତ୍ର ଗ୍ରହଣ କରାଯାଉଥିବା ବେଳେ, ପ୍ରତ୍ୟକ ଷ୍ଟଲ୍ ନିମନ୍ତେ ୨୫୦୦ଟଙ୍କା ନିର୍ଦ୍ଧାରିତ କରାଯାଇଛି ।72976e67 605d 46d4 95b2 1ac911dcf6c2 ରଥଯାତ୍ରାରେ ଅସ୍ଥାୟୀ ଷ୍ଟଲ୍ ନିମନ୍ତେ ଅଣବ୍ୟବସାୟୀଙ୍କ ଭିଡ

କିଛି ଅଣବ୍ୟବସାୟୀଙ୍କ ଯୋଗୁଁ ସୁଦୂର ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ବିହାର ଏବଂ ପୁର ପଲ୍ଲୀରୁ ଆସୁଥିବା ପ୍ରକୃତ ବ୍ୟବସାୟୀ ବାଦ ପଡୁଥିବା ନେଇ କିଛି ବ୍ୟବସାୟୀ ଅଭିଯୋଗ କରିଛନ୍ତି । ଆବେଦନକାରୀଙ୍କ କହିବା ଅନୁଯାୟୀ ପୂର୍ବେ ରଥଯାତ୍ରାରେ ସେମାନେ ବିନା ଷ୍ଟଲ୍ ନ ଥାଇ ରାସ୍ତା ଉପରେ ଖୋଲାରେ ନିଜ ନିଜର ଜିନିଷ ପତ୍ର ବିକ୍ରୟ କରୁଥିଲେ । କିନ୍ତୁ, ବର୍ତ୍ତମାନ୍ ଯେଉଁ ଷ୍ଟଲ୍ ସିଷ୍ଟମ ହେବାଠାରୁ ସେମାନେ ଷ୍ଟଲ୍ ନ ମିଳିଲେ ବ୍ୟବସାୟ କରିବା ରୁ ବଞ୍ଚିତ ହେଉଛନ୍ତି । କାରଣ; ସ୍ଥାନୀୟ ଅଞ୍ଚଳର ଯେଉଁମାନେ ପ୍ରତ୍ୟକ ଦିନ ରାସ୍ତା ଉପରେ ନିଜର ଉଠା ଦୋକାନ ଲଗାଇ ଦୁଇ ପଇସା ରୋଜଗାର କରୁଥିଲେ ସେହି ମାନଙ୍କୁ ମଧ୍ୟ ଏହି ଷ୍ଟଲ୍ ନିମନ୍ତେ ଆବେଦନ କରିବା ବାଧ୍ୟତା ମୂଳକ ।c7e0b006 e7ff 4b7f 8ac7 61722d524012 ରଥଯାତ୍ରାରେ ଅସ୍ଥାୟୀ ଷ୍ଟଲ୍ ନିମନ୍ତେ ଅଣବ୍ୟବସାୟୀଙ୍କ ଭିଡ

ତେବେ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ଯେଉଁ ମାନେ ପ୍ରତ୍ୟକ ଦିନ ରାସ୍ତା କୋଡରେ ବ୍ୟବସାୟ କରି ଚଳୁଥିଲେ ସେମାନେ ଷ୍ଟଲ୍ ନ ମିଳିଲେ କୁଆଡେ ଯିବୁ ବୋଲି ନିଜର ମତ ଦେଇଛନ୍ତି । ଅନ୍ୟପଟେ କିଛି ଅଣ ବ୍ୟବସାୟୀ ନିଜ ନିଜର ଆଧାର କାର୍ଡ ଧରି ଆବେଦନ କରି ଅସ୍ଥାୟୀ ଷ୍ଟଲ୍ ନିଜେ ହାତେଇ ଅଧିକ ଦାମ୍ ରେ ବିକ୍ରୀ କରିବା ଆବେଦନ କରୁଛନ୍ତି ବୋଲି ଆବେଦକାରୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି।2ccca24a 177a 4acb 98fb 003df57c8d11 ରଥଯାତ୍ରାରେ ଅସ୍ଥାୟୀ ଷ୍ଟଲ୍ ନିମନ୍ତେ ଅଣବ୍ୟବସାୟୀଙ୍କ ଭିଡ

ତେବେ ଆଜି ଦିନଟି ଆବେଦନ ପତ୍ର ଗୁଡ଼ିକ ଗ୍ରହଣ କରି ସାରିବା ପରେ ଆସନ୍ତା କାଲିକୁ ଲଟେରୀ ଉଠାଣ ମାଧ୍ୟମରେ ଦୋକାନ ବଣ୍ଟନ କରାଯିବ ବୋଲି ଦେବତ୍ତର ବିଭାଗ ତରଫରୁ ସୂଚନା ଦିଆଯାଇଛି। ଷ୍ଟଲ୍ ବଣ୍ଟନ ପ୍ରକ୍ରିୟା ଉଚିତ୍ ପଦକ୍ଷେପ ଗ୍ରହଣ କରିଲେ ବ୍ୟବସାୟୀ ମାନେ ଉପକୃତ ହେବେ ବୋଲି ସାଧାରଣରେ ଦାବି ହେଉଛି।