ଗାଁ ଗହଳିରେ ରଜ ସଂକ୍ରାନ୍ତି ପାଳିତ

0
166
ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୬) : ଆଜି କାଶୀନଗର ସହର ର ବିଭିନ୍ନ ଯାଗା ତଥା ଗାଁ ଗହଳିରେ ରଜ ସଂକ୍ରାନ୍ତି ପାଳିତ ହୋଇଯାଇଛି l

ସ୍ଥାନୀୟ ପୁରୁଣା ବାଳକ ବିଦ୍ୟାଳୟ ରେ ଥିବା ଅଙ୍ଗନବାଡି କେନ୍ଦ୍ର ଠାରେ ଛୋଟ ରୂ ବଡ଼ ଝିଅ ଓ ଯୁବତୀ ମାନେ ରଜ ର ମଉଜ ନେଇଥିଲେ l ସକାଳୁ ନୂତନ ବସ୍ତ୍ର ପିନ୍ଧି ସହବାଜ ହୋଇ ଝୁଟି ପ୍ରତିଯୋଗିତା ଓ ଦଳି ଖେଳିଥିଲେ l ୱାର୍ଡ ନଂ ୧ ଠାରୁ ୧୦ ୱାର୍ଡ ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀ ରକମ ଶ୍ଵେତା କୁମାରୀ ଓ ଶାନ୍ତିଲତା ଚୌଧୁରୀ ଙ୍କ ନେତୃତ୍ୱ ରେ ସବୁ ଝିଅ ଅଳିତା ଲଗାଇ, ପାନ ଖାଇ ମଜା ଉଠାଇଥିଲେ l ହିନ୍ଦୁ ଧର୍ମ ଅନୁଯାଇ ଏହି ପର୍ବ ର ମହତ ସମ୍ପର୍କ ରେ ଆଲୋଚନାମଧ୍ୟ ହୋଇଥିଲା l