ଘର ଆଗରେ ବାପ ପୁଅଙ୍କୁ ବିଭତ୍ସ ହତ୍ୟା

0
96
ହତ୍ୟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୫/୦୬) : ପହିଲି ରଜରେ ବିଭତ୍ସ ହତ୍ୟା । ରାଇବଣିଆ ଥାନା ଅନ୍ତର୍ଗତ କବାଟଘାଟି ଗ୍ରାମର ଅଘଟଣ ଘଟିଛି ।

ବାପ ପୁଅଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତକ ହେଲେ ହାରା ବିନ୍ଧାଣି ଓ କ୍ରିଷ୍ଣା ବିନ୍ଧାଣି । ଘର ଆଗରେ ହିଁ ଦୁଇଜଣଙ୍କୁ ହତ୍ୟା କରାଯାଇଛି । ଆକ୍ରମଣ ବେଳେ ଅଟକାଉଥିବା ଅନ୍ୟ ଜଣେ ଅଭିଯୁକ୍ତ ଆହତ ହୋଇଛନ୍ତି । ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତ କରାଯାଇଛି । ସେହି ଗାଁ’ର ପ୍ରଫୁଲ୍ଲ ବିନ୍ଧାଣି ଦୁଇଜଣଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ରଜରେ କାକା ଘରକୁ ଆସିଥିଲେ ବୁଲିବାକୁ । କଥା କଟା କଟିକୁ ନେଇ ହତ୍ୟା ହୋଇଥିବା ଜଣାପଡ଼ିଛି । ଏ ନେଇ ରାଇବଣିଆ ପୋଲିସ ଅଧିକ ତଦନ୍ତ ଚଳାଇଛି ।