ଜୀ-ସାର୍ଥକର ‘ରଜ କୁଇନ୍‌ ୨୦୨୩’ ଏବେ ସମସ୍ତ ଓଡିଆଙ୍କ ପସନ୍ଦର ରିଏଲିଟି ସୋ

0
104
ଜୀ-ସାର୍ଥକର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୧୫/୦୬) : ଏଥର ଓଡ଼ିଶା ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ହୋଇଛି ଜୀ-ସାର୍ଥକର ‘ରଜ କୁଇନ୍‌–ଉଡ଼ିଯା…ଆକାଶଟା ତୋ’ର‘ l

ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ନେଇ ଏହି ଲୋକପ୍ରିୟ ରିଏଲିଟି ସୋ ଏପ୍ରିଲ୍ ୨୨ ରୁ ଆରମ୍ଭ ହୋଇ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯.୩୦ମିନିଟ୍ ରେ ପ୍ରସାରିତ ହୋଇ ଆସୁଛି ଓଡ଼ିଶାର ଏକ ନମ୍ବର ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକ ରେ l ୧୧ ବର୍ଷରେ ପଦାର୍ପଣ କରୁଥିବା ଜୀ-ସାର୍ଥକର ଏହି ରିଏଲିଟି ଶୋ ଆଗରୁ ବହୁ ବିଜେତା ଓ ପ୍ରତିଯୋଗୀଙ୍କ ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି l ବିଜେତାମାନେ ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ ସୁଯୋଗ ପାଇବା ସହ ନିଜର ଭବିଷ୍ୟତକୁ ସ୍ୱର୍ଣ୍ଣିମ କରିପାରିବେ । ଏଥର ମଧ୍ୟ ବହୁତ ବଡ଼ ଆକାରରେ ଆରମ୍ଭ ହୋଇଥିବା “ରଜ କୁଇନ୍” ରିଏଲିଟି ସୋ ପହଞ୍ଚିଛି ତାର ‘ଗାଲା’ ରାଉଣ୍ଡ ରେ l ପ୍ରତିଯୋଗୀ ମାନେ ଗୀତ ଗାଇବା ରାଉଣ୍ଡରେ ପହଁଚିଛନ୍ତି ଓ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି ହେଲେ ଏହି ପ୍ରତିଯୋଗିତା ବହୁତ ଶିଘ୍ର ପହଞ୍ଚୁଛି ତାର ଶେଷ ପର୍ଯ୍ୟାୟରେ କାରଣ ଆରମ୍ଭ ହେବାକୁ ଯାଉଛି ଏଲିମିନେସନ ରାଉଣ୍ଡ l

ଏହି ରିଏଲିଟି ସୋ’ ର ପ୍ରମୁଖ ଆକର୍ଷଣ ସାଜିଥିବା ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ଏଲିନା ସାମନ୍ତରାୟ ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନେ ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ଆଗ ରାଉଣ୍ଡକୁ ନେବେ, ତେଣୁ ଆଗକୁ ଏହି ପ୍ରତିଯୋଗିତା ଆହୁରି କଷ୍ଟକର କିନ୍ତୁ ଦର୍ଶନୀୟ ହେବ l ଏହି କାର୍ଯକ୍ରମ ସମ୍ପର୍କରେ ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ କହିଛନ୍ତି ଯେ “ଦର୍ଶକଙ୍କୁ ଭରପୁର ମନୋରଂଜନ ଦେଇ ‘ରଜ କୁଇନ୍‌’ ଏଥର ବହୁଳ ଭାବରେ ଲୋକାଦୃତ ହୋଇଛି l

ଓଡ଼ିଶାର ବରିଷ୍ଠ ସିନେ ଆର୍ଟିଷ୍ଟମାନେ ଏଥର ଜଜ୍ ହୋଇଥିବା ବେଳେ ମେଣ୍ଟରସ୍ ମାନଙ୍କ ମଧ୍ୟରେ ଅଛନ୍ତି ମେଗା ଧାରାବାହିକ ‘ଖୁସିର ଛୁଙ୍କ’ ର ଖୁସି , ‘ମୁଁ ବି ବିଜୟିନୀ’ ର ସ୍ତୁତି, ‘ଝିଲ୍ଲୀ’ ର ଝିଲ୍ଲୀ ଓ ‘ସାଥିରେ’ ର ଧାରା l ଏହି ମେଣ୍ଟରସ୍ ମାନଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗୀମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି ନିଜର ଭବିଷ୍ୟତ ତିଆରି କରିବାର ସୁଯୋଗ ପାଇବା ପାଇଁ କାରଣ ଏହି ରିଏଲିଟି ସୋ ର ବିଜେତା ନିଶ୍ଚୟ ଭାବରେ ଓଡିଆ ମନୋରଂଜନ ଦୁନିଆରେ ବହୁ ସୁଯୋଗର ହକଦାର ହେବେ l ରଜ ପାଇଁ ବିଶେଷ ଏପିସୋଡ ସବୁ ହୋଇଛି ଯେଉଁଥିରେ ଆପଣମାନେ ଦେଖିପାରିବେ ପ୍ରତିଯୋଗୀଙ୍କ ବିଭିନ୍ନ ପ୍ରଦର୍ଶନ, ତେଣୁ ଯୋଡି ହୋଇ ରୁହନ୍ତୁ ଜୀ ସାର୍ଥକ ସହ l ”