Friday, March 29, 2024

Top 5 This Week

Related Posts

ବିଜେପି ତରଫରୁ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୫/୦୬) : ରାଜ୍ୟ ବିଜେପି ସଭାପତି ଙ୍କ ନିର୍ଦ୍ଦେଶ ଅନୁସାରେ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆଜି ଟାଟା ପାୱାର କମ୍ପାନୀ ର ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ କରାଯାଇଥିଲା ।WhatsApp Image 2023 06 14 at 15.52.34 ବିଜେପି ତରଫରୁ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ

ବିଜେପି ତରଫରୁ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳ କାର୍ଯ୍ୟକ୍ରମ କୁ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାର ଙ୍କ ପ୍ରତେକ୍ଷ ପ୍ରୋତ୍ସାହନ ରେ ବିଜୁଳି ବିତରଣ କମ୍ପାନୀ ଟାଟା ପାୱାର ଅରାଜକତା ସମସ୍ତ ସୀମା ଉଲଂଘନ କରିଛି । ସରକାରଙ୍କର ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି ଏବଂ ସାଧାରଣ ଉପୋଭୋକ୍ତ । ନାହି ନାହିଁ ନଥିବା କଷ୍ଟ ଭୋଗୁ ଛନ୍ତି । ଜିଲ୍ଲା ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ସମୟରେ, ସାମାନ୍ୟ ବର୍ଷା, ପବନ, ଧୂଳି ଝଡ଼ ରେ ଯେଉଁ ଭଳି ଭାବରେ ମନ୍ ଇଚ୍ଛା ଘଣ୍ଟା ଘଣ୍ଟା, ଦିନ ଦିନ ଧରି କଟା ଯାଉଅଛି, ତାହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ, ୪୫ ଡିଗ୍ରୀ ର ଖରାରେ ଲୋକ ମାନେ ହନ୍ତ୍ ସଂନ୍ତ ହେଉଛନ୍ତି । ସାଧାରଣ ଉପୋଭୁକ୍ତ ।

ବୁଦ୍ଧିଜୀବୀ, ଗଣ ମାଧ୍ୟମ, ସ୍ବେଛାସେବୀ ସଂଗଠନ ,ଓ ରାଜନୈତିକ ଦଳ ଗୁଡିକ ବିଜୁଳି କାଟ ପ୍ରତିବାଦ କଲେ ସୁଦ୍ଧା ଟାଟା ପାୱାର ଓ ସରକାର ଜବାବ ଦେଉ ନାହାନ୍ତି l ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ପୂର୍ବତନ ସଭାପତି ଶ୍ରୀ ମନ ରଞ୍ଜନ ଦାସ, ଜିଲ୍ଲା ବିଜେପି ଉପସଭାପତି ଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ, ଶ୍ରୀମତୀ ନମିତା ରାଣୀ ଦାସ, ସଂପାଦକ ଶ୍ରୀ ତାପସ କୁମାର ପଟ୍ଟନାୟକ, ଶ୍ରୀ ନିରଂଜନ ଦାନୀ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ରାଜୀବ ଦେହୁରୀ, ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ଶ୍ରୀ ନିରଞ୍ଜନ ଦାନୀ, ନଗର ମଣ୍ଡଳ ସାଧାରଣ ସଂପାଦକ ଶ୍ରୀ ରାଜ କୁମାର ମେହେର ଙ୍କ ସହିତ ବହୁ କର୍ମକର୍ତ୍ତା ଓ ଉପୋଭୋକ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Popular Articles