Advertisements
Saturday, May 30, 2020
Home headline ବରୀରେ ବାତ୍ୟା ଅମ୍ଫାନ୍ ର ପ୍ରଭାବ, ରାସ୍ତାରେ ଶୋଇଲା ଗଛ, ବିଦ୍ୟୁତ୍ ସଂଯୋଗ ବନ୍ଦ- ଯାତାୟାତ...

ବରୀରେ ବାତ୍ୟା ଅମ୍ଫାନ୍ ର ପ୍ରଭାବ, ରାସ୍ତାରେ ଶୋଇଲା ଗଛ, ବିଦ୍ୟୁତ୍ ସଂଯୋଗ ବନ୍ଦ- ଯାତାୟାତ ଠପ୍

ରିପୋର୍ଟ: ସତ୍ୟଜିତ ବାରିକ //
ଯାଜପୁର(୨୦/୦୫): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫନ’ର ପ୍ରଭାବ ଯାଜପୁର ଜିଲା ବରୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ବରୀ ର ବିଭିନ୍ନ ସ୍ଥାନରେ ପ୍ରବଳ ପବନ ବହିବା ସହ ବର୍ଷା ଲାଗିରହିଛି। ପ୍ରବଳ ପବନ ଯୋଗୁ ରାସ୍ତା ଉପରେ ବହୁ ଗଛ ଭାଙ୍ଗି ପଡ଼ିଛି।

ଫଳରେ ଯୋଗାଯୋଗ ବଚ୍ଛିନ୍ନ ହୋଇଛି। ବରୀ ମାଉଣ୍ଟ ଶକ୍ତି ପୀଠ ଠାରୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ସମ୍ପୂର୍ଣ ରାସ୍ତା ରେ ଗଛ ଶୋଇଥିବା ବେଳେ ଏହାକୁ ବରୀ ପ୍ରଶାସନ ଗୁରୁତର ସହ ନେଇ ବରୀ ତହସିଲଦାର ସରୋଜ କାନ୍ତ ନାୟକ, ବରୀ ବ୍ଲକ ଭରପ୍ରାପ୍ତ ବିଡ଼ିଓ ଶାଶ୍ବତ ଜେନା, ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ,ଙ୍କ ସହ ବରୀ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ରାସ୍ତା ଉପରେ ସୋଇଥିବା ସମସ୍ତ ଗଛ କୁ କାଟି ଯୋଗାଯୋଗ ସମ୍ଭବ କରିଥିଲେ।

ବରୀ ବ୍ଲକରେ ମୋଟ ୨୯ ପଞ୍ଚାୟତ ମଧ୍ୟରେ ଗମୁ, ସେରପୁର, ଅମଠପୁର, ମଧୁସୂଦନପୁର, ଉଦୟନାଥପୁର, ରତଳାଙ୍ଗ ଭଅଁରା ଆଦି ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପରିଚାଳନା କମିଟିର ସଭାପତି ଉକ୍ତ ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ପ୍ରବଳ ବର୍ଷା ଓ ପବନ ସତ୍ତ୍ୱେ ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକରେ କେହି ଆଶ୍ରୟ ନେଇ ନ ଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏତଦ୍‌ବ୍ୟତିତ ବରୀ ଅଞ୍ଚଳରେ ମଙ୍ଗଳବାର ରାତିରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ବରୀ ଅଞ୍ଚଳରେ ପବନ ଯୋଗୁ ବହୁ ଚାଳଛପର ଘର ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: