ଶୌଚ ପାଇଁ ଯାଇଥିବାବେଳେ ନାବାଳକକୁ ଝାମ୍ପିନେଲା କୁମ୍ଭୀର

0
77
ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୧୪/୦୬) : ରଜରେ ଅଘଟଣ । ବ୍ରାହ୍ମଣୀ ନଦୀକୂଳରୁ ନାବାଳକକୁ ଝାମ୍ପିନେଲା କୁମ୍ଭୀର । ଶୌଚ ପାଇଁ ଯାଇଥିଲାବେଳେ ଝାମ୍ପିନେଲା କୁମ୍ଭୀର ।

ସ୍ଥାନୀୟ ଲୋକଙ୍କ ଦ୍ବାରା ଖୋଜା ଖୋଜି ଆରମ୍ଭ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁ’ରେ ଘଟିଛି ଏହି ଅଘଟଣ । ପ୍ରଥମେ ମାକୁ ଟାଣିନେଲାବେଳେ ବର୍ତ୍ତି ଯାଇଥିଲେ । ପରେ ନାବାଳକଙ୍କୁ ଟାଣି ନେଇଥିଲା କୁମ୍ଭୀର । ନାବାଳକ ଜଣଙ୍କ ନିମପୁର ଗ୍ରାମର ଆଶୁତୋଷ ଆଚାର୍ଯ୍ୟ । ଲୋକମାନଙ୍କ ଦ୍ୱାରା ଖୋଜାଖୋଜି ପରେ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି ।