Advertisements
Saturday, May 30, 2020
Home Corona Lockdown ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଯୋଗେ ତେଲେଙ୍ଗାନାରୁ ଆସିଲେ ୧୬୦ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଯୋଗେ ତେଲେଙ୍ଗାନାରୁ ଆସିଲେ ୧୬୦ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼।-(୨୦/୦୫):- ପ୍ରବାସୀ ଓଡ଼ିଆ ଶ୍ରମିକ ତେଲଙ୍ଗନା ପ୍ରଦେଶରେ ବିଭନ୍ନ ସ୍ଥାନକୁ ରୋଜଗାର କରିବା ପାଇଁ ଆମ ରାଜ୍ୟର ଗଜପତି, ରାୟଗଡା,କୋରାପୁଟ, ନବରଙ୍ଗପୁର, କୋନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ ଯାଇଥିଲେ ।

କରୋନା ଲକଡାଉନ ହେବା ଫଳରେ ବିଭନ୍ନ ସମସ୍ୟାର ସମ୍ମୁଖୀନ ହେବା ଫଳରେ ସେଠାରୁ ସ୍ଵତନ୍ତ୍ର ରେଲ ଯୋଗେ ଆଜି ସେମାନେ ରାୟଗଡ଼ା ପହଞ୍ଚିଛନ୍ତି । ଗଜପତିରୁ ୪୦ଜଣ, ରାୟଗଡ଼ାର ୧୫ଜଣ, କୋରପୁଟର ୨୪ଜଣ, ନବରଙ୍ଗପୁର ଜିଲ୍ଲାର ୩୧ଜଣ, କନ୍ଧମାଳର ୭ଜଣ ଓ ମାଲକାନଗିରି ଜିଲ୍ଲାର ୪୩ଜଣ ସର୍ବମୋଟ ୧୬୦ଜଣ ଶ୍ରମିକ ଆଜି ରାୟଗଡ଼ା ପହଞ୍ଚିଲେ ।

ସେହି ଶ୍ରମିକମାଙ୍କୁ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପି.ଡି, ଡି.ଆର ଡି.ଏ, ଶ୍ରୀ ଅମ୍ରିତ ରୁତୁରାଜ, ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ବି.ଏସ.ବଳୀରାମ, ଉପଜିଲ୍ଲାପାଳ ରାୟଗଡ଼ା ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ପ୍ରବାସୀ ଶ୍ରମିକ ମାନଙ୍କୁ ସ୍ବାଗତ କରିଥିଲେ ଓ ସଂପୃକ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ ହସ୍ତାନ୍ତର କରିଥିଲେ ।

ଏହା ବ୍ୟତିତ ଜିଲ୍ଲା ସୀମା ଅତିକ୍ରମ କରି ଅନ୍ୟ ରାଜ୍ୟରୁ ଆସି ରାୟଗଡ଼ାର ବିଭିନ୍ନ ଅଭ୍ୟର୍ଥନା କେନ୍ଦ୍ରମାନଙ୍କରେ ଯଥା-ବିଲେସୁ,ଅଶୋକ କଲ୍ୟାଣ ମଣ୍ଡପ, ଠକର ବାପା ଆଶ୍ରମ ଓ କୋଲନରାର ମିଟସରେ ରହିଥିବା ବଲାଙ୍ଗୀର ୬୯୨ଜଣ, ନୂଆପଡ଼ା୫୯ଜଣ, ସୋନପୁର ଜିଲ୍ଲାର ୧୯ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ ଜଣେ, ଓ ଦେବଗଡ ଜିଲ୍ଲାର ୩ଜଣ ସର୍ବ ମୋଟ ୭୫୬ଜଣ ଶ୍ରମିକମାନଙ୍କୁ ନିଜ ନିଜ ଜିଲ୍ଲାକୁ ୧୬ ଗୋଟି ବସ ଯୋଗେ ଗତକାଲି ତା.୧୯.୦୫.୨୦ରିଖରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ଆ.ରଟି ଓ ଶ୍ରୀ ଦିଲ୍ଲୀପ କୁମାର ଦୋଳାଇ ରାତି ୧୨ଟା ପର୍ଯ୍ୟନ୍ତ ରହି ଏତେ ସଂଖ୍ୟକ ଶ୍ରମିକ ପଠାଇଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: