Advertisements
Saturday, May 30, 2020
Home Business & Private କାଲିମେଳା ରେ ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କାଲିମେଳା ରେ ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ //
କାଲିମେଳା (୧୯/୦୫): ସାରା ବିଶ୍ବରେ କରୋନା ମହାମାରୀ ବିତ୍ପାତ ସୃଷ୍ଟି କରିଥିବା ବେଳେ ଦେଶ ବ୍ୟାପି ତୃତୀୟ ପର୍ଯ୍ୟାୟ ଲକଡାଉନ ଅବଧି ଶେଷ ହେବା ପରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ରୋଗର ଚିକିତ୍ସା ପଦ୍ଧତି ସମ୍ପର୍କରେ କୈଣସି ଓଷଧ ବା ପ୍ରତିଷେଧକ ଆସି ନ ଥିବା ବେଳେ ସାମାଜିକ ଦୂରତ୍ବକୁ ଆୟୁଧ ଭାବେ ଗ୍ରହଣ କରାଯାଇଛି ।

ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଆଜି ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧକ୍ଷ୍ୟତାରେ ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଂଚାୟତ ଅନ୍ତର୍ଗତ ଫୁଲଚାନକୋଣ୍ଡା ଗ୍ରାମରେ ସଙ୍ଘର କର୍ମକର୍ତ୍ତାଙ୍କୁ ନେଇ କରୋନା ସଚେତନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କୁ କରୋନା ସମ୍ପର୍କରେ ସମସ୍ତ ଅତିଥି ମାନେ ଵିଭିନ୍ନ ପ୍ରକାର ସଚେତନା ମୂଳକ ବାର୍ତା ଦେବାସହ ମୁହଁରେ ମାସ୍କ ବାନ୍ଧିବା, ହାତକୁ ସାବୁନରେ ଧୋଇବା ଓ ସାମାଜିକ ଦୂରତା ମାନି ଚଳିବାକୁ ପରାମର୍ଶ ଦେଇଥିଲେ ।

ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଗ୍ରାମବାସୀଙ୍କୁ ରୋଷେଇ ସାମଗ୍ରୀ ତଥା ଆଳୁ, ପିଆଜ,ସୋୟାବିନ ବଡି, ଵିସ୍କେଟ, ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା । ଶେଷରେ ଗ୍ରାମ ଦେବାଦେବୀଙ୍କୁ ସାକ୍ଷୀ ରଖି କରୋନା ବିରୋଧୀ ସଚେତନତା ଅବଲମ୍ବନ କରିବା ପାଇଁ ଗ୍ରାମବାସୀଙ୍କୁ ଶପଥ ପାଠ କରାଯାଇଥିଲା ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: