ପାଣ-ଗଣ୍ଡା ସମାଜ ବିକାଶ ପରିଷଦର କେ ଡି କେ ହଟାଓ ବୈଠକ

0
69
ପାଣ-ଗଣ୍ଡା ସମାଜ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୪/୦୬) : ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ର ଛତ୍ରଙ୍ଗ ପଞ୍ଚାୟତ ସ୍ତରୀୟ ଚିନ୍ତନ ତଥା କେଉଟ, ଧୀବର, କୈବର୍ତ୍ତ (କେ ଡି କେ) ହଟାଓ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ରୋହିତ କହଁର ଙ୍କ ଅଧ୍ୟକ୍ଷତା ରେ ଧୁଙ୍ଗିଆମୁଣ୍ଡା ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି ।

ପାଣ-ଗଣ୍ଡା ସମାଜ ବିକାଶ ପରିଷଦର କେ ଡି କେ ହଟାଓ ବୈଠକ ଅନୁଷ୍ଠିତ । ସର୍ବପ୍ରଥମେ ଦଳିତ ଜାତିର ତ୍ରାଣକର୍ତ୍ତା ତଥା ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଙ୍କ ତୈଳ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ପୁଷ୍ପ ମାଲ୍ୟାର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ସଙ୍ଗଠନର ପ୍ରତିଷ୍ଠାତା ତଥା ଜିଲ୍ଳା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ବିଗତ ଦିନର କାର୍ଯ୍ୟକଳାପ , ବୈଠକର ଲକ୍ଷ୍ୟ, ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଆଗାମୀ ଦିନର କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ । ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ବଟକୃଷ୍ଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତରତ୍ନ ଡ଼ଃ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ” ହକ୍ ପାଇଁ ଲଢେଇ ” କରିବା ସକାଶେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ଆହ୍ବାନ ଦେଇଥିଲେ । ସଙ୍ଗଠନର ଉପ ସଭାପତି ଦଶରଥ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତବର୍ଷର ପ୍ରଥମ ଜ୍ଞାନୀ ବାବାସାହେବ ଙ୍କ ଜୀବନୀ ତଥା ଦଳିତ ଙ୍କ ପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ଅଧିକାର, ନାଗରିକ ଅଧିକାର, ମାନବିକ ଅଧିକାର, ସାମାଜିକ ଅଧିକାର ଏବଂ ରାଜନୈତିକ ଅଧିକାର ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।

ଯୁବ ସମାଜସେବୀ ତଥା ଜିଲ୍ଲା ସଂଗଠନ ସମ୍ପାଦକ ଦେବଦତ୍ତ ସାଗର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମାଜର ସାମାଜିକ ଏକତା , ସାମାଜିକ ସଂସ୍କାର , ସାମାଜିକ ପରିବର୍ତ୍ତନ, ଗୁଣାତ୍ମକ ଶିକ୍ଷା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଉପସ୍ଥିତ ପଞ୍ଚାୟତ କମିଟି କାର୍ଯ୍ୟକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ । ସଂଗଠନ ପକ୍ଷରୁ ଗତ ବର୍ଷ ହରଭଙ୍ଗା ତହସିଲରେ ଆବେଦନ କରିଥିବା ଭୂମି ହୀନ ଏବଂ ଡିହ ହୀନ ହିତାଧିକାରୀଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ ଏବଂ ପ୍ରାୟ ୪୦ ବର୍ଷ ହେବ ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ଓ ଚଂଚକତା କରି ଅନୁସୂଚିତ ଜାତି ତାଲିକାରେ ସାମିଲ୍ ହେବା ସହିତ ଅସ୍ପୃଶ୍ୟ ନ ହୋଇ ସମସ୍ତ ସୁବିଧା ସୁଯୋଗ ହାସଲ କରିଆସୁଥିବା ନକଲି କେଉଟ, ଧୀବର, କୈବର୍ତ୍ତ (କେ ଡି କେ) ମାନଙ୍କୁ ତୁରନ୍ତ ହଟେଇବା ପାଇଁ ସମସ୍ତ ପଞ୍ଚାୟତରେ ଜୋରଦାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସାମାଜିକ ଅଧିକାର ଏବଂ ସାମ୍ବିଧାନିକ ଅଧିକାର ସପକ୍ଷରେ ଜୋରଦାର ଆନ୍ଦୋଳନ କରିବା ପାଇଁ ଏକ ସକ୍ରିୟ ପଞ୍ଚାୟତ କମିଟି ପୁନର୍ଗଠନ କରାଯାଇଥିଲା । ଛତ୍ରଙ୍ଗ ପଞ୍ଚାୟତ ର ବରିଷ୍ଠ ସମାଜସେବୀ ରଶ୍ମି ରଞ୍ଜନ ବେହେରା – ସଭାପତି, ଉଗ୍ରେସନ ପ୍ରଧାନ – ଉପ ସଭାପତି, ଅଭୟ ବେହେରା – ସମ୍ପାଦକ , ଶୈଳସୂତ କହଁର – ସହକାରୀ ସଂପାଦକ, ନିରଞ୍ଜନ ମହାନନ୍ଦ – ସଂଗଠନ ସଂପାଦକ, ଜଗଦା ବେହେରା – କୋଷାଧ୍ୟକ୍ଷ, ରଞ୍ଜନ ବେହେରା – ବ୍ଲକ ସଂଯୋଜକ, ଶୋଭାଜନ ବାଘ – ମୁଖ୍ୟ ଉପଦେଷ୍ଟା, ରବି ବେହେରା ଏବଂ ଛବି ବେହେରା ଙ୍କୁ ଉପଦେଷ୍ଟା ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ପଣ୍ଡିତ ବେହେରା, ଭୋପାଳ ବେହେରା, ବିଶ୍ୱଜିତ୍ ବେହେରା , ହେମନ୍ତ ବେହେରା, ଅଜିତ ପ୍ରଧାନ, ରମେଶ ପ୍ରଧାନ, ପ୍ରଦୀପ ବାଘ, ମହେନ୍ଦ୍ର ସିଂହ, ରଞ୍ଜିତ ନାଏକ, ଠାକୁର ଦୀପ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ପୂର୍ବତନ ସଙ୍କୁଲୋଇ ସରପଞ୍ଚ ତଥା ବରିଷ୍ଠ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।