ଦୁର୍ଘଟଣା ରେ ଗୋଟିଏ ପରିବାର ର ୫ ଜଣ ମୃତ

0
89
ଦୁର୍ଘଟଣା ରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୩/୦୬) : ପହିଲି ରଜରେ ଦୁଃଖଦ ଖବର ଆସିଛି । ବଲାଙ୍ଗିର ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ଛୁଇଁବନ୍ଧ ଛକ ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ରେ ଗୋଟିଏ ପରିବାର ର ୫ ଜଣ ମୃତWhatsApp Image 2023 06 14 at 10.32.51 1 ଦୁର୍ଘଟଣା ରେ ଗୋଟିଏ ପରିବାର ର ୫ ଜଣ ମୃତ

ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ କାର ଧକ୍କା ଦେବାଫଳରେ ଦୁର୍ଘଟଣା ରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ଅଛନ୍ତି । ମୃତକ ମାନଙ୍କ ଘର ବଲାଙ୍ଗିର ସହର ରାମଜିପଡାର ବୋଲି ସୂଚନା ମିଳିଛି । ମୃତାହତମାନେ ରାମଜି ପଡାର ଜଣାଶୁଣା ଡାକ୍ତର ଜୟନ୍ତ ନାୟକଙ୍କ ପରିବାର ବୋଲି ଜଣାପଡ଼ିଛି । ଆହତ ୨ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଜୟନ୍ତ ନାୟକଙ୍କ ପୁଅ ଅମର ନାୟକ ପରିବାରର ୬ ଜଣଙ୍କୁ ନେଇ ଆଗଲପୁର ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ବିବାହ ଭୋଜି ଖାଇ ଘରକୁ ଫେରୁଥିଲେ ।

ଏହି ସମୟରେ ଛୁଇଁବନ୍ଧ ଛକ ନିକଟରେ ରାସ୍ତାକଡ଼ରେ ଏକ ଟ୍ରକ୍ ଠିଆ ହୋଇଥିଲା । କାର୍‌ଟି ଭାରସାମ୍ୟ ହରାଇ ଟ୍ରକ୍‌ର ପଛକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଆହତ ୨ ଜଣଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । କାର୍‌ରେ ୭ ଜଣ ଥିଲେ । ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଓ ହେଲପରଙ୍କର କିଛି ହୋଇନାହିଁ । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।