ଚନ୍ଦନ ତସ୍କର ଙ୍କ ଲୋଲୁପ ଦୃଷ୍ଟିରେ ଆତଙ୍କିତ କୋଟପାଡ଼ ସହର

0
154
ଚନ୍ଦନ ତସ୍କର

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୩/୬) : ଚନ୍ଦନ ତସ୍କର ଙ୍କ ଲୋଲୁପ ଦୃଷ୍ଟିରେ ଆତଙ୍କିତ କୋଟପାଡ଼ ସହର । କୋରାପୁଟ ଜିଲ୍ଲା କୋଟପାଡ ସହରର ଜଗନ୍ନାଥ ମନ୍ଦିର ପରିସରରେ ଥିବା ଏକ ଚନ୍ଦନ ଗଛକୁ କିଛି ଅଜଣା ତସ୍କର ସୋମବାର ମଧ୍ୟରାତ୍ରିରେ ଚୋରି କରି ନେବା ପାଇଁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡିଛି ।

ବିଫଳ ହେବାର କାରଣ ହେଲା ଗଛଟି ବଡ଼ ହୋଇଥିବାରୁ ମେସିନ ସାହାଯ୍ୟରେ କାଟିବାକୁ ଚେଷ୍ଟା କରି ମଧ୍ୟ ଦୁର୍ବୃତ୍ତ ମାନେ ପୁରା କାଟି ନ ପାରି ଛାଡ଼ି ଚାଲି ଯାଇଥିଲେ । ସେବାୟତ ମାନେ ଘଟଣା ପ୍ରକଟ କରିବା ପରେ ବନ ବିଭାଗ ଅଧିକାରୀ ଦେବେନ୍ଦ୍ର ନାୟକ କର୍ମଚାରୀ ମାନଙ୍କୁ ନେଇ ସେଠାରେ ପହଞ୍ଚି ଗଛକୁ ବନ୍ଧା ବନ୍ଧି କରି ପାଣି ଦେବା ପାଇଁ ପରାମର୍ଶ ଦେଇଥିବା ଜଣା ପଡ଼ିଛି । ସେହିପରି ବେଲମା ସାହି ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଥିବା ଚନ୍ଦନ ଗଛକୁ ମଧ୍ୟ ଚନ୍ଦନ ତସ୍କର ମାନେ ଏକ ସପ୍ତାହ ମଧ୍ୟରେ କାଟି ନେଇଯାଇଥିବା ବିଷୟ ପୂଜାରୀ ଶ୍ରୀ ବାଲା ପଣ୍ଡା ପ୍ରକାଶ କରିଥିବା ଜଣା ପଡିଛି । ରାତ୍ରିକାଳୀନ ପେଟ୍ରୋଲିଂ ଅଭାବ ଯୋଗୁଁ ସହରରେ ଚୋରୀ ବୃଦ୍ଧି ପାଉଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି । ପୋଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେବା ପାଇଁ ସାଧାରଣରେ ଦାବି ହେଉଛି ।