ଜମିଜମା କଳହ ରୁ ବଡ ଭାଇକୁ ହାଣିଲା ସାନଭାଇ

2
96
ଜମିଜମା କଳହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୧୩/୦୬) : ଜମିଜମା କଳହ ରୁ ବଡ ଭାଇକୁ ହାଣିଲା ସାନଭାଇ । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧ନଂ ୱାର୍ଡ ଷଣ୍ଢପଲ୍ଲୀ ଗ୍ରାମର ବଡ ଭାଇ ଅନୁପମ ବେହେରାକୁ ସାନ ଭାଇ ସନାତନ ବେହେରା ଏକ ଧାରୁଆ କଟୁରୀରେ ହାଣିଛି ।

ତେବେ ସ୍ଥାନୀୟ ଲୋକେ ମୁମୁର୍ଷୁ ଅବସ୍ଥାରେ ଅନୁପମ କୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ଡାକ୍ତର ଅନୁପମ କୁ ମୃତ ଘୋଷଣା କରିଛନ୍ତି । ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିଜମା କଳହ କୁ କେନ୍ଦ୍ରକରି ତିକ୍ତତା ଲାଗି ରହିଥିଲା । ଆଜି ସକାଳେ ପାଣି ପାଇପ ପକାଇବାକୁ ନେଇ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସାନଭାଇ ସନାତନ ବଡ ଭାଇକୁ ଏକ କଟୁରୀରେ ଆକ୍ରମଣ କରିଥିଲ । ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଆସମୀ ଫେରାର ଅଛି ।

2 COMMENTS

Comments are closed.