Advertisements
Monday, June 1, 2020
Home Death Case ଶେଷରେ ଆଖି ବୁଜିଲା ଗରିବ ଝିଅ ଲଳିତା, ହାର ମାନିଲା ଡାକ୍ତରୀ ପ୍ରଶାସନ

ଶେଷରେ ଆଖି ବୁଜିଲା ଗରିବ ଝିଅ ଲଳିତା, ହାର ମାନିଲା ଡାକ୍ତରୀ ପ୍ରଶାସନ

ରିପୋର୍ଟ: ଜଗନ୍ନାଥ ଦଳେଇ
ଖଇରପୁଟ (୧୯/୦୫): ଗୋଟିଏ ନିରୀହ ଝିଅ ଆକୁଳ ନିବେଦନ । ବଞ୍ଚାଇ ଦିଅ ସାର । ମୁ ବଞ୍ଚିବାକୁ ଚାହେଁ । ଏଭଳି ହୃଦୟ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ଖଇରପୁଟ ବ୍ଲକ କର୍କନମାଲା ପଂଚାୟତରେ ।

ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ କୌଣସି ଏକ ଅଜଣା ରୋଗରେ ପିଡୀତ ହୋଇ କଙ୍କାଳ ପ୍ରାୟ ହୋଇଯାଇଥିଲା । ତାଙ୍କ ନିରିଆ ଡାକକୁ ଖଇରପୁଟ ବ୍ଲକର ବିଡ଼ିଓ ହୃଦରଞ୍ଜନ ସାହୁ ଶୁଣି ଉକ୍ତ ଝିଅର ଉନ୍ନତି ମୂଳକ ଚିକିତ୍ସା ପାଇଁ ସହାୟତାର ହାତ ବଢ଼େଇଥିଲେ ସରକାର । ସରକାରର ସହାୟତା ମଧ୍ୟ କମ ପଡିବାରୁ ଶେଷରେ ସେ ଝିଅ ଗତକାଲି କଟକ ମେଡିକାଲ ନେଉଥିବା ବେଳେ ବାଟରେ ଆଖି ବୁଝିଦେଇଥିଲା । ଗରିବ ବାପା ମା ଜମି ବାଡି ଗାଇ ଗରୁ ବିକି କଂଙ୍ଗାଳ ପ୍ରାୟ ହୋଇଯାଇଥିଲେ । କିନ୍ତୁ ରୋଗ ଭଲ କରି ପାରି ନ ଥିଲେ । ଝିଅ ଲଳିତା ରୋଗରେ ପୀଡିତ ହୋଇ +୨ ପାଠରେ ଡୋରି ବାନ୍ଧି ଦେଇ ବଞ୍ଚିବାରେ ଛଟପଟ ହେଉଥିଲେ । ସରକାରଙ୍କୁ ଆକୁଳ ନିବେଦନ କରି କହିଥିଲେ ମୁ ଚାରି ମାସ ହେବ ଖାଇ ପିଇ ପାରୁନାହିଁ । ଯାହା ଖାଉଛି ସବୁ ବାନ୍ତି ହୋଇଯାଉଛି । ମୋତେ ବଞ୍ଚାଇ ଦିଅନ୍ତୁ ସାର । ମୁ ବଞ୍ଚିବାକୁ ଚାହୁଁଛି । ମୁ ପଢିବାକୁ ଚାହେଁ । ଏଭଳି କାକୁତି ବିନତି ଦେଖି ସାହି ପଡିସା କହୁଛନ୍ତି କେବଳ ସରକାର ହିଁ ଭରସା । ଶେଷରେ ସବୁ ଆଶା ଆଶାରେ ହିଁ ରହିଗଲା ।

Advertisements
Previous article
Next article
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: