Thursday, March 28, 2024

Top 5 This Week

Related Posts

ଜମି, ଜଳ, ଜଙ୍ଗଲ ଅଧିକାର ଦାବି ନେଇ ଶୋଭାଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥି
ଗୁଣୁପୁର, (୧୨/୬) : ଆଜି ସିପିଆଇ (ଏମ୍ଏଲ) ଲିବରେସନ ଓ ଆାଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ଜମି, ଜଳ, ଜଙ୍ଗଲ ଅଧିକାର ଦାବି ନେଇ ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ର ସୁଲୁଡି ଛକ ଠାରୁ ଏକ ଶୋଭାଯାତ୍ରା ବାହାରି କାଟିକି ଗାଁ’ରେ ଏକ ସଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 06 12 at 14.59.29 ଜମି, ଜଳ, ଜଙ୍ଗଲ ଅଧିକାର ଦାବି ନେଇ ଶୋଭାଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ

ସମ୍ବିଧାନ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ, ଦେଶ ବଞ୍ଚlଅ ନାରା ସହ ଜମି, ଜଳ, ଜଙ୍ଗଲ ଅଧିକାର ଦାବି ନେଇ ଶୋଭାଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଜେପି ହଟାଅ, ଦେଶ ବଞ୍ଚାଅ ନାରା ନେଇ ଜୁନ୍ ୧ ତାରିଖ ଠାରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଏହି ଅଭିଯାନ ଗାଁ’ଗାଁ କୁ ଯାଇ କରିବା ପାଇଁ ସାଧାରଣ ସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା । ନେତାମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ନିଜ ନିଜ ଉଦବୋଧନ ଦେଇଥିଲେ ।

ଏ ସମ୍ବନ୍ଧରେ କେତେକ ଦାବି ଉପସ୍ଥାପନ କରିଥିଲେ ସେ ମଧ୍ୟରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଟବଙ୍କ ଇସ୍ତଫା, ବ୍ରିଜ୍ ଭୁଷଣ ସିଂ ଙ୍କୁ ଗିରଫ, ସମସ୍ତ ଜବ କାର୍ଡ ଧାରିମାନଙ୍କୁ MGNREGA କାମରେ ୨୦୦ ଦିନ କାମ ଦୈନିକ ୬୦୦ ଟଙ୍କା ମଜୁରୀ ସହ ରେସନ୍ କାର୍ଡଧାରିଙ୍କୁ ୫୦ କେଜି ଚାଉଳ ଯୋଗାଇ ଦେବା, ରାମନାଗୁଡା ବ୍ଲକ ନିକଟ ତାମିଲିଗୁଡା ନାଳ ରେ ଝୁଲା ବ୍ରିଜ ଏବଂ ଲହରୀ ଗାଡା ନାଳ କୁ ଜଳ ପ୍ରକଳ୍ପ କରି ଚାଷିଙ୍କୁ ଜଳ ସେଚନ ଯୋଗାଇ ଦେବା, ରାମନାଗୁଡା ବ୍ଲକ ରେ ଆନ୍ଧ୍ର ଜମିଦାର ମାନେ ଆଦିବାସୀ ମାନଙ୍କ ଭୋଗ ଦଖଲ କରିଥିବା ୨୦୦ ଏକର ଜମିକୁ ବେଆଇନ ରେଜେଷ୍ଟ୍ରି କରି ହଡପ କରିଛନ୍ତି ଉକ୍ତ ଜମି ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରିବା, ୨୦୨୦ ଜଙ୍ଗଲ ସଂରକ୍ଷଣ ଆଇନ ପ୍ରତ୍ୟାହାର କରିବା, ସୌରା ଭାଷା, ସଂସ୍କୃତି ଓ ଲିପି କୁ ସମ୍ବିଧାନି ଅଧିକାର ଦେବା, ବାଲେଶ୍ବର ଠାରେ ଟ୍ରେନ୍ ଦୁର୍ଘଟଣା ମୃତ୍ୟୁ ହୋଇଥିବା ଲୋକଙ୍କୁ ୫୦ ଲକ୍ଷ ଟଙ୍କା ଓ ଆହାତ ମାନଙ୍କୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି ହୋଇଥିଲା ।

ଏହି ସଭାରେ ସୁଲୁଡି ଓ ଏହାର ଆଖ ପାଖ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ତ୍ରିପତି ଗମାଙ୍ଗ ଯୋଗ ଦେଇଥିବା ବେଳେ ବୃନ୍ଦାବନ ବିଡିକା, ରାମଦାସ ନିମାଲା, ଚାଣ୍ଟି ମଣ୍ଡାଙ୍ଗି, ଗୁରୁଣ୍ଡୁ ଶବର ,ସାନ୍ୟା ଶବର, ଶରତ ଶବର, ଅଶୋକ ଖଣ୍ଡଗିରି, ଦାସୁରୁ ବିଡିକା, ଗୋବିନ୍ଦ ବିଡିକା, ଗିତା ବିଡିକା ଓ ବାଲ୍ମିକୀ ଖଣ୍ଡଗିରି ଓ ଅନ୍ୟ ଅତିଥି ମାନେ ନିଜ ମତାମତ ରଖିଥିଲେ ।

Popular Articles