ବିଦ୍ୟୁତ ସଂପର୍କରେ ଆସି ୮ ଆହାତ, ୪ ଗୁରୁତର

0
93
ଆସି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୨/୦୬) : ପକା ଘର ନିର୍ମାଣ ସମୟରେ ବିଦ୍ୟୁତ ସଂପର୍କରେ ଆସି ୮ ଆହାତ ୪ ଗୁରୁତର । ଏମିତି ଏକ ଘଟଣା ଘଟିଛି ବାଲେଶ୍ଵର ବାଲିଆପାଳ ଗ୍ରାମର ବାବୁ ସେଠିଙ୍କ ଘରେ ।

ଘର ପାଇଁ ରଡ଼ ବିଛାଉଥିବା ବେଳେ ଅସାବଧାନତା ଯୋଗୁଁ ରଡ଼ ଗୁଛା ଟି ଘର ପାଖଦେଇ ଯାଇଥିବା ୧୧ କେବି ବିଦ୍ୟୁତ ତାର ସ୍ପର୍ଶରେ ଆସି ଯାଇଥିଲା ଫଳରେ ସେଠାରେ କାମ କରୁଥିବା ୧୧ ଜଣ ଶ୍ରମିକଙ୍କ ମଧ୍ୟରୁ ୮ ଜଣ ଆହାତ ହେଇଛନ୍ତି । ସମସ୍ତ ଆହାତଙ୍କୁ ସ୍ଥାନୀୟ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାଲେଶ୍ଵର ସ୍ଥାନାନ୍ତରିତ ଖରା ଯାଇଛି।