୧୮ ହାତୀ ଦଳିଦେଲେ ୨ହଜାରୁ ଅଧିକ କଦଳୀ ଗଛ

0
89
୧୮

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୧୨/୦୬) : ଅନୁଗୁଳ ଜିଲ୍ଲା ଜରପଡା ବନ୍ୟାଞ୍ଚଳ ପଳସାବଣିଆ ଗ୍ରାମରେ ଚାଷୀର କଦଳୀ ବଗିଚାରୁ ୨ ହଜାରୁ ଅଧିକ କଦଳୀ ଗଛ ନଷ୍ଟ କଲେ ୧୮ ଟିଆ ହାତୀପଲ

ସୂଚନା ଯେ, ବାଲିପଟ୍ଟା ଅଞ୍ଚଳରେ ୧୦ ରୁ ୧୫ ଦିନ ହେବ ହାତୀପଲ ଘୁରି ବୁଲୁଥିବା ବେଳେ ଲୋକଙ୍କର କଦଳୀ ଓ ଆମ୍ବ ବଗିଚା ନଷ୍ଟ କରୁଛନ୍ତି । ଆଜି ପଳସାବଣିଆ ଗ୍ରାମର କହ୍ନାଇ ପଧାନଙ୍କର କଦଳୀ ବଗିଚାର ୨ ହଜାରରୁ ଅଧିକ କଦଳୀଗଛ ସମ୍ପୂର୍ଣ୍ଣ ଦଳାଚକଟା ଦେଇଛନ୍ତି ୧୮ ଟିକିଆ ହାତୀପଲ । ଫଳରେ ୫୦ ହଜାର ଟଙ୍କାର ସାର, ଔଷଧ, ଖତ ଖର୍ଚ୍ଚ କରି ଚାଷୀ କରିଥିବା ଚାଷୀ ସର୍ବସ୍ୱ ହରେଇ ବସିଛି । ଅନ୍ୟ ପକ୍ଷରୁ ହାତୀପଲ ଫସଲ ନଷ୍ଟ କରି ଯିବା ପରେ ସକାଳ ସମୟରେ ବନବିଭାଗ ହାତୀ ଘଉଡେଇବାକୁ ପହଞ୍ଚିଥିବା ଚାଷୀ ଅଭିଯୋଗ କରିଛି । ବନବିଭାଗ ଚାଷର ସଠିକ ଆକଳନ କରୁ ନଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।