Advertisements
Saturday, May 30, 2020
Home District News ଲକ ଡାଉନ ସୁଯୋଗରେ ଚୋରାମଦ କାରବାର ବୃଦ୍ଧି, ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ-ବହୁ ମଦ ସହ...

ଲକ ଡାଉନ ସୁଯୋଗରେ ଚୋରାମଦ କାରବାର ବୃଦ୍ଧି, ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ-ବହୁ ମଦ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୧୮/୦୫): ରାୟଗଡା ଜିଲ୍ଲାରେ ଲକଡାଉନର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖୀ ଜିଲ୍ଲାପାଳ,ରାୟଗଡା ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଧେଶକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ତା ୧୫,୧୬ ଓ ୧୭ତାରିଖରେ ଲଗାତର ଭାବରେ ତିନି ଦିନ ଧରି ବ୍ୟାପକ ଅବକାରୀ ବିଭାଗ ଚଢ଼ାଉ କରିଥିଲେ ଓ ବହୁ ପରିମାଣର ଦେଶୀମଦ, ପୋଚ୍ଚ ଓ ସାମଗ୍ରୀ ଜବତ କରିବାସହ ନଷ୍ଟ କରିବାରେ ସଫଳ ହୋଇଛନ୍ତି ।

ଗତ ତା ୧୫.୫.୨୦ରିଖରେ ଚାନ୍ଦଲି ଥାନ ଅନ୍ତର୍ଗତ ବି.ଏନ.ପୁର ଅଞ୍ଚଳରେ ଅବକାରୀ ବିଭାଗ,ବନ ବିଭାଗ ଦଳବଳ ଚଢ଼ାଉ କରି ୨୦ଲିଟର ସଲପ ତାଡ଼ି ଜବତ କରି ସାରକା ମିନା ରାଓ କୁ ଗିରଫ କରିଛନ୍ତି। ରାୟଗଡ଼ା ଥାନ। ଅନ୍ତର୍ଗତ କଲା ପାଡୁ ଗ୍ରାମରେ ଚଡଉ କରି ୪୫୦ଲିଟର ପୋଚ୍ଚ ଓ ୪୦ଲିଟର ମଦ ନଷ୍ଟ କରାଯାଇଛି । ଗୁଡାରି ଥାନା ଅଞ୍ଚଳରେ ଗୁଡ।ରି ଗ୍ରାମରେ ଚଢ଼ାଉ କରି ୩୩ଲିଟର ମଦ ସହିତ ତିନିଜଣ ଵ୍ୟକ୍ତିଙ୍କୁ ଶ୍ରୀ ନାଗ ଗନ୍ତାସଂର ପବନ ଗନ୍ତା,ଏବଂ ଶ୍ରୀ ଜଗଗନ୍ତାଙ୍କୁ ଗିରଫ କରାଯାଇଛି।

ସେହିପରି ତା ୧୬.୫.୨୦ରଖ ଦିନ କାଶୀପୁର ଥାନାର ପୋଡିଙ୍ଗ ଗ୍ରାମରେ ଚଢ଼ାଉ କରି ୨୦ଲିଟର ସଲପ ସହିତ ଶ୍ରୀ ମଧୁ ନାୟକ ଓ ୨୦ଲିଟର ମଦ ସାଙ୍ଗକୁ ଶ୍ରୀ ନନ୍ଦ ନାୟକଙ୍କୁ ଗିରଫ କରାଯାଇଛି । ସେହିପରି କଲ୍ୟାଣସିଙ୍ଗପୁର ଥାନା ଅନ୍ତର୍ଗତ ସୀକରପାଇରେ ଚଡଉ କରି ୪୦୦ଲିଟର ପୋଚ୍ଚ ନଷ୍ଟ କରାଯାଇଛି। ସେହିପରି ମୁନିଗୁଡା ଥାନା ଅନ୍ତର୍ଗତ ମାଲଢ଼େପଗୁଡା ଗ୍ରାମରେ ଚଢାଉ କରି ୨୦ ଲିଟର ଦେଶୀମଦ ନଷ୍ଟ କରାଯାଇଛି। ଏହା ସହିତ ଶ୍ରୀ ତିକମୋହନ କୁଶଲୀୟକୁ ଗିରଫ କରାଯାଇଛି । ସେହିପରି ତା ୧୭.୫.୨୦ ରିଖଦିନ ରାୟଗଡ। ଥାନା ଅନ୍ତର୍ଗତ ବାରିଝୋଲା ଗ୍ରାମରେ ଅବକାରୀ ଅନୁ ନିରୀକ୍ଷକ ଶ୍ରୀ ସୂର୍ଯ୍ୟ ନାରାୟଣ ରଥଙ୍କ ନେତୃରେ ସଦଲବଳ ଚଢ଼ାଉ କରି୧୮୫୦ଲିଟର ପୋଚ୍ଚ ଓ ୧୮୦ଲିଟର ମଦ ଜବତ କରି ନଷ୍ଟ କରାଯାଇଛି। ସେହିପରି ଗୁଣପୁର ଥାନା ଅନ୍ତର୍ଗତ ଚନ୍ଦ୍ରୟୁଗୁଡା ଗ୍ରାମରେ ଚଢ଼ାଉ କରି ୪୦୦ଲିଟର ୨୦ଲିଟର ମଦ ଜବତ କରାଯାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: