ପ୍ରେମ ସମ୍ପର୍କରୁ ହତ୍ୟା ସନ୍ଦେହ !

0
77
ପ୍ରେମ ସମ୍ପର୍କରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୨/୦୬) : ପ୍ରେମ ସମ୍ପର୍କରୁ ହତ୍ୟା ସନ୍ଦେହ ! ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାର ଏକ ଭଡା ଘରୁ ସନ୍ଦେହ ଜନକ ଅବସ୍ଥାରେରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ମୃତକ ଜଣକ ହେଲେ ବଙ୍ଗୋମୁଣ୍ଡା ଥାନା ତେଲିପଦର ଗାଁ’ର ବିଧବା ମହିଳା ମାଧୁରୀ ଯାନୀ ଓ ସେ ୨ ମାସ ର ଗର୍ଭବତୀ ଥିବା ଜଣାପଡିଥିଲା । ବଲାଙ୍ଗୀର ସାଇଣ୍ଟିଫିକ ଟିମ । ଓ ସ୍ଥାନୀୟ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେ । ଏହି ଘଟଣାକୁ ଦୁଇ ଦିନ ବିତିବାକୁ ବସିଥିବା ବେଳେ ଅଦ୍ୟାବଧି ମାଧୁରୀଙ୍କ ମୃତ୍ୟୁ ର କାରଣ ଜଣାପଡିନାହିଁ । ତେବେ ପ୍ରେମ ସମ୍ପର୍କରୁ ହତ୍ୟା କରାଯାଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷ ସୂତ୍ର ରୁ ମିଳିଥିବା ସୂଚନା ଅନୁଯାୟୀ ,ଭଡାଘର ରହୁଥିବା ମାଧୁରୀ ଙ୍କ ପାଖକୁ କଣ୍ଟାବାଞ୍ଜି ଅଞ୍ଚଳ ର ଜଣେ ଯୁବକ ନିୟମିତ ଆସୁଥିଲେ । ସମ୍ପୃକ୍ତ ଯୁବକ ଙ୍କ ସହ ମାଧୁରୀ ଙ୍କ ପାଟିତୁଣ୍ଡ ହୋଇଥିଲା । ତେଣୁ ଉକ୍ତ ଘଟଣା ରେ ସମ୍ପୃକ୍ତ ଯୁବକ ଙ୍କ ସମ୍ପୃକ୍ତି ରହିଥିବା ଆଲୋଚନା ହେଉଛି । ଅନ୍ୟ ପଟେ ଉକ୍ତ ଭଡା ଘରଟି ସିସିଟିଭି ନଜରରେ ରହିଥିଲା । କିନ୍ତୁ ଘଟଣା ଘଟିବା ପରେ ସମସ୍ତ ସିସିଟିଭି କ୍ୟାମେରା ଅଚଳ ହୋଇଛି । ମାଧୁରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ନିରପେକ୍ଷ ତଦନ୍ତ କଲେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।