Saturday, August 8, 2020
Home headline ବିଦ୍ୟୁତ ପୋଲରେ ପିଟି ହୋଇ ଓଲଟି ପଡିଲା ଟ୍ରକ, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲ୍ପର

ବିଦ୍ୟୁତ ପୋଲରେ ପିଟି ହୋଇ ଓଲଟି ପଡିଲା ଟ୍ରକ, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲ୍ପର

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୧୮/୦୫): ରାୟପୁର ରୁ ଭୟା ବରପାଲି-ବିନିକା-ସୋନପୁର ଦେଇ ଭୁବନେଶ୍ୱର ଯାଉଥିବା ଚାଉଳ, ଡାଲୀ, ଚୂଡ଼ା ଓ ମୁଗ ପେକେଟ ଭର୍ତି ହୋଇଥିବା ମାଲବାହି ଟ୍ରକ ବିନିକା ଏନଏ ସି ଅଫିସ ସମ୍ବୁଖ ମୁଖ୍ୟ ରାସ୍ତାରେ ବିଦ୍ୟୁତ ପୋଲରେ ପିଟି ହୋଇ ଓଲଟି ପଡିବାରୁ ଅଳ୍ପକେ ବର୍ତୀ ଯାଇଛନ୍ତି ଡ୍ରାଇଭର ଓ ହେଲ୍ପର ।

ଘଟଣାରୁ ପ୍ରକାଶ ଯେ, ରାୟପୁର ରୁ ଟ୍ରକ ନ CG 06 GQ 1295 ଯୋଗେ ଚାଉଳ, ଡାଲି, ଚୂଡ଼ା ଓ ମୁଗ ପେକେଟ ଭର୍ତି ହୋଇ ଭୁବନେଶ୍ୱର କୁ ଯିବାବେଳେ ବିନିକା ଠାରେ ବିଦ୍ୟୁତ ପୋଲରେ ପିଟି ହୋଇ ଓଲଟି ପଡି ଦୁର୍ଘଟଣା ଘଟିଥିଲା । ଏହା ଜାଣି ପୁଲିସ ଘଟଣାସ୍ଥଳକୁ ପହଂଚି ଡ୍ରାଇଭର ଓ ହେଲ୍ପର କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥବା ବେଳେ ଟ୍ରକରେ ଥିବା ସାମଗ୍ରୀ ଉପରେ ନଜର ରଖିଛନ୍ତି । ଏ ସମ୍ପର୍କରେ ପୁଲିସ ଏକ ମକଦମା ରୁଜୁ କରିଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: