ଦୁଇ ଅଭାବି ମଣିଷର ଦୁଖଃ ଶୁଣିଲେ 5T ସଚିବ

0
89
ଦୁଇ ଅଭାବି

ରିପୋର୍ଟ : ନରୋତ୍ତମ ପାଢୀ
ବିଷମ କଟକ, (୧୧/୬) : 5T ସଚିବ ତଥା ମୂଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଗତ ଆଠ ତାରିଖ ଦିନ ବିଷମ କଟକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମିକ୍ଷା କରିବା ସହ ଲୋକଙ୍କ ଅଭିଯୋଗ ଶୁଣି ଥିଲେ । ଦୁଇ ଅଭାବି ମଣିଷର ଦୁଖଃ ଶୁଣିଲେ 5T ସଚିବ ।WhatsApp Image 2023 06 12 at 08.35.28 ଦୁଇ ଅଭାବି ମଣିଷର ଦୁଖଃ ଶୁଣିଲେ 5T ସଚିବ

ଏହି ଅଭିଯୋଗ ଶୁଣାଣି କାର୍ଯ୍ୟ ଶେଷ କରିଯିବା ବାଟରେ ବିଷମ କଟକ ଇନ୍ଦିରା କୋଲନି ର ବିଧବା ମହିଳା ଗୁଲାପି ପୁଜାରି, ଏବଂ ମୁଣ୍ଡାବନ୍ଧ କୋଲନିର ଭିନ୍ନକ୍ଷମ ବିଜୟ ମାଳବିଶୋୟୀ ତାଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କୁ ଦୁଖଃ କହିବା ସହ ସରକାରୀ ସହାୟତା ପାଇଁ ନିବେଦନ କରିଥିଲେ । ଉଭୟ ଆବାସ ଯୋଜାନାରୁ ବାଦ୍ ପଡିଥିବା କଥା ମଧ୍ୟ ଅବଗତ କରାଇଥିଲେ । ଉଭୟ ଙ୍କ ଠାରୁ ସମସ୍ତ କଥା ଶୁଣି ସାରି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ସମ୍ପୃକ୍ତ ବିକଳାଙ୍ଗ ଏବଂ ବିଧବା ମହିଳା ଙ୍କୁ କିପରି ଆବାସ ଯୋଜନାରେ ଅନ୍ତର୍ଭକ୍ତ ହୋଇପାରିବେ ତା’ର ବ୍ୟବସ୍ଥା କରିବା ନିର୍ଦ୍ଦେଶ ଦେବା ସହ ମୂଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି ରୁ ଦୁଇ ଜଣଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ତୁରନ୍ତ ପ୍ରଦାନ କରିବା କୁ ନିର୍ଦ୍ଦେଶ ଦେଇଥିଲେ । ସଚିବ ଙ୍କ ନିର୍ଦ୍ଦେଶ ମୁତାବକ ରାୟଗଡା ଜିଲ୍ଲାପାଳ ସ୍ୱାଧାଦେବୀ ସିଂ ଏବଂ ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାସିବ ନାୟକ ତୁରନ୍ତ ଦୁଇ ଅଭାବି ମଣିଷ ଙ୍କ ବ୍ୟାଙ୍କ ପାସ ବୁକ୍ ସଂଗ୍ରହ କରି ସେମାନଙ୍କ ବ୍ୟାଙ୍କ ଖାତାରେ ୩୦ ହଜାର ଟଙ୍କା ଲେଖାଏଁ ଜମା କରିଛନ୍ତି ।

ଅର୍ଥିକ ସହାୟତ ପାଇ ଉଭୟେ ଖୁସି ବ୍ୟକ୍ତ କରିବା ସହ 5T ସଚିବ ଭି.କେ.ପାଣ୍ଡିଆନ୍ କୁ ଧନ୍ୟବାଦ ଜଣାଇଛନ୍ତି । ଦୀର୍ଘ ବର୍ଷ ହେବ ଏହି ଦୁଇ ଅସହାୟ ବ୍ଲକ,ପଂଚାୟତ ଦୌଡି ଦୌଡି ମଧ୍ୟ ତାଙ୍କ କଥା କେହି ଶୁଣୁ ନଥିଲେ କି ଟଙ୍କାଟିଏ ମଧ୍ୟ ଆର୍ଥୀକ ସହାୟତ ପ୍ରଦାନ କରୁନଥିଲେ, 5T ସଚିବ ଙ୍କ ଗସ୍ତ ସମୟରେ ସଚୀବ ଙ୍କୁ ଭେଟି ତାଙ୍କ ଦୁଖଃ ଜଣାଇଥିବା ବେଳେ ତୁରନ୍ତ ସେମାନଙ୍କୁ ଆର୍ଥୀକ ସହାୟତ ଯୋଗାଇବା ସହ ଆବାସ ଗୃହ ନିମନ୍ତେ ପକ୍ରିୟା ଆରମ୍ଭ କରିବା କୁ ଦେଇଥିବା ନିର୍ଦ୍ଦେଶ ଜନମାନସରେ ସଚିବ ପ୍ରଶସିଂତ ହୋଇଛନ୍ତି ।