Thursday, March 28, 2024

Top 5 This Week

Related Posts

ଓବିସି ମଞ୍ଚ ଟିଟିଲାଗଡ ଶାଖା ର ୬ଷ୍ଠ ସାଙ୍ଗଠନିକ ବୈଠକ ଅନଷ୍ଠିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୧/୦୬) : ଟିଟଲାଗଡ ଉପଖଣ୍ଡ ର ତିନି ଗୋଟି ପଞ୍ଚାୟତ ଯଥା କୁରୁସୁଡ଼, କୁଶକେଲା ଓ ଦିଗଶିରା କୁ ନେଇ ସ୍ଥାନୀୟ ଦିଗଶିରା ଗ୍ରାମ ସାଲେପଡା ଆମ୍ବ ବଗିଚା ରେ ଓବିସି ମଞ୍ଚ ର ୬ଷ୍ଠ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି ।WhatsApp Image 2023 06 11 at 22.38.47 ଓବିସି ମଞ୍ଚ ଟିଟିଲାଗଡ ଶାଖା ର ୬ଷ୍ଠ ସାଙ୍ଗଠନିକ ବୈଠକ ଅନଷ୍ଠିତ

ଓବିସି ମଞ୍ଚ ର ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ଶ୍ରୀ ମନୋଜ ହାତୀ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଯୁବ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସଞ୍ଜୀବ ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ର ସଦସ୍ୟ ତଥା କୁରୁସୁଡ଼ ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ନିମାଇଁ ଚରଣ ବେହେରା ସଭାପତିତ୍ୱ କରିଥିଲେ । ମଞ୍ଚ ର କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ଶ୍ରୀ ବିରବର ସାହୁ ମଞ୍ଚ ଗଠନ ର ଉଦ୍ଧେଶ୍ୟ ଓ ଏହାର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ଥିବା ତିନି ଗୋଟି ପଞ୍ଚାୟତ ର ସଭ୍ୟ ମାନଙ୍କୁ ଅବଗତ କରାଇଥିଲେ । ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ଶ୍ରୀ ତୁଳସିରାମ ସାହୁ ବିଗତ ଦିନ ଗୁଡିକ ରେ ଅନୁଷ୍ଠିତ ହୋଇଥିବା ସାଙ୍ଗଠନିକ ଓ କାର୍ଯ୍ୟ କାରିଣୀ ବୈଠକରେ ଉପସ୍ଥାପନା ହୋଇଥିବା ପ୍ରସ୍ତାବ(ସମସ୍ତ ରାଜନୈତିକ ଦଳ ର ରାଜ୍ୟ ସଭାପତି ଙ୍କୁ ନିଜ ନିଜ ନିର୍ବାଚନ ଇସ୍ତିହାର ରେ ପଛୁଆ ବର୍ଗ ଙ୍କୁ ସ୍ଥାନ ଦେବା ସହ ପଛୁଆ ବର୍ଗ ଉନ୍ନତି ନିମନ୍ତେ କ’ଣ ସବୁ ଆଭିମୁଖ୍ୟ ରହିଛି ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା) କୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଙ୍କୁ ସୂଚିତ କରିଥିଲେ ।

କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ଘିନୁ ଆଡ଼ଜୁଆଡ଼, ଶ୍ରୀ ବାଳକୃଷ୍ଣ ଷାଣ୍ଢ, ଶ୍ରୀ ଦିଲ୍ଲୀପ ବିଶି, ଶ୍ରୀ ଦେବାନନ୍ଦ ସାହୁ, ଶ୍ରୀ ଅଶୋକ ସାହୁ ପ୍ରମୁଖ ପଛୁଆ ବର୍ଗ ଙ୍କ ସାମ୍ବିଧାନିକ ଅଧିକାର ଉପରେ ଆଲୋକପାତ କରି ଯେ ପର୍ଯ୍ୟନ୍ତ ପଛୁଆ ବର୍ଗ ଙ୍କ ଅଧିକାର ଠିକ ଭାବରେ କାର୍ଯ୍ୟକାରୀ ହେବ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଏ ଲଢେ଼ଇ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ । ପରିଶେଷରେ ଯୁବ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଆଇନଜୀବୀ ଶ୍ରୀ ସୁମନ୍ତ ସାହୁ ବୈଠକରେ ଟିଟିଲାଗଡ ବ୍ଲକ ଓ ପୌର ପରିଷଦ କୁ ନେଇ ପଛୁଆ ବର୍ଗ ଙ୍କ ସାମ୍ବିଧାନିକ ଅଧିକାର ପାଇଁ ଏକ ଦସ୍ତଖତ ଅଭିଯାନ ମାଧ୍ୟମରେ ୫୦,୦୦୦ ରୁ ଉର୍ଦ୍ଧ୍ବ ଦସ୍ତଖତ ସଂଗ୍ରହ କରି ମହାମହିମ ରାଷ୍ଟ୍ରପତି ଙ୍କୁ ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ,ତତ୍ସଙ୍ଗସଙ୍ଗେ ବୈଠକର ସଫଳତା ପାଇଁ ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ ।

ମଞ୍ଚ ର ଅନୁମୋଦନ କ୍ରମେ ତିନିଗୋଟି ପଞ୍ଚାୟତ ର ନିଜ ନିଜର ପରିଚାଳନା କମିଟି ଗଠନ ପାଇଁ ସୂଚନା ପ୍ରଦାନ କରାଗଲା । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଆଶିଷ କୁମାର ସାହୁ, ଆଇନଜୀବୀ ବେଦ ପ୍ରକାଶ ବେହେରା, ପୂର୍ବତନ ସରପଞ୍ଚ ଜଗୁଆ ଲଳିତ ସାହୁ,ଶିକ୍ଷାବିତ ଟିକେରାମ ସାହୁ, କେଶବ ଆଡ଼ଜୁଆଡ଼, ନରେନ୍ଦ୍ର ଗହୀର, ଧନଞ୍ଜୟ ବେହେରା,ଜୟ ପ୍ରସାଦ ନାଏକ, ଦିଲ୍ଲୀପ ବନଛୋର, କୁନା ଭାଟି, ଧନେଶ୍ୱର ଛତର ପ୍ରମୁଖ ମଞ୍ଚାସିନ ଥିଲେ।ବୈଠକ କୁ ସାଫଲ୍ୟ କରିବାରେ ଯୁବ ସଂଗଠକ ଶ୍ରୀ ରୋହିତ ବେହେରା, ଅଗର ବେହେରା, ଦିଲ୍ଲୀପ ବେହେରା, ଗୋପାଳ ବେହେରା, ବସନ୍ତ ସାହୁ, ନିରଞ୍ଜନ ରଣା, କୋଦଣ୍ଡ ସାହୁ, ଶେଷଦେଵ ସାହୁ, ଟିକେ ବେହେରା, ସଞ୍ଜୀବ ବଗର୍ତ୍ତି, ଶେଷଦେବ ବେହେରା, ଦୁଲ ପାୟସିଂହ, ରଞ୍ଜନ ବେହେରା ପ୍ରମୁଖ ଭୂମିକା ତୁଲାଇଥିଲେ ।

Popular Articles