ସ୍ତ୍ରୀକୁ କୁରାଢ଼ୀ ବେଣ୍ଟରେ ପିଟି ହତ୍ୟା କଲା ସ୍ୱାମୀ

0
87
ସ୍ତ୍ରୀକୁ କୁରାଢ଼ୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୧/୦୬) : ସ୍ତ୍ରୀକୁ କୁରାଢ଼ୀ ବେଣ୍ଟରେ ପିଟି ହତ୍ୟା କଲା ସ୍ୱାମୀ ।

ବାଲେଶ୍ବର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତ ପାଇକପଡା ଗାଁ ସିଂହସାହିରେ ଘରୋଇ କଳିକୁ ନେଇ ସ୍ତ୍ରୀକୁ କୁରାଢ଼ୀ ବେଣ୍ଟରେ ପିଟି ହତ୍ୟା କରିଛି ସ୍ବାମୀ । ସିଂହସାହି ଗାଁ’ର ରାମଚନ୍ଦ୍ର ସିଂହ ଜଣେ ଡ୍ରାଇଭର୍ । ଗତକାଲି ଘରକୁ ଫେରିବା ପରେ ଘରୋଇ ସମସ୍ୟାକୁ ନେଇ ସ୍ତ୍ରୀ ଶର୍ମିଳା ସହ ପାଟି ତୁଣ୍ଡ ଲାଗିଥିଲେ l ଏଥିରେ ରାମଚନ୍ଦ୍ର ଉତକ୍ଷିପ୍ତ ହୋଇ ଘରେ ଥିବା ଏକ ଶାବଳରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ହେଲେ ପାଖରେ ଥିବା ପୁଅ ଦୁଇ ଜଣ ସେହି ଶାବଳକୁ ବାପାଙ୍କ ପାଖରୁ ଛଡାଇ ନେଇଥିଲେ । କିଛି ସମୟ ପରେ ଦୁଇ ପୁଅ ଛେଳି ଆଣିବାକୁ ପାଖ ପଡିଆକୁ ଯାଇଥିବା ବେଳେ ବାପା ରାମଚନ୍ଦ୍ର ଏକ କୁରାଢ଼ୀ ବେଣ୍ଟ ସାହାଯ୍ୟରେ ସ୍ତ୍ରୀ ଶର୍ମିଳାଙ୍କ ମୁଣ୍ଡକୁ ପିଟିଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି l ଔପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବଦ କରିବା ସହ ଅଭିଯୁକ୍ତ ରାମ ସିଂକୁ ଧରି ଥାନାକୁ ଆଣି ଅଟକ ରଖି ପଚରାଉଚରା ଚଲାଇଛି ।