Advertisements
Saturday, May 30, 2020
Home Corona Lockdown ମୁରିବାହାଲ ଗ୍ରା. ପ ସରପଞ୍ଚ ଜିଲ୍ଲାପାଳ କ୍ଷମତା ବଳରେ ୪୮ଘଣ୍ଟା କର୍ଫ୍ୟୁ ଜାରିକଲେ

ମୁରିବାହାଲ ଗ୍ରା. ପ ସରପଞ୍ଚ ଜିଲ୍ଲାପାଳ କ୍ଷମତା ବଳରେ ୪୮ଘଣ୍ଟା କର୍ଫ୍ୟୁ ଜାରିକଲେ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ (ତା ୧୭ /୦୫ ): ମୁରିବାହାଲ ବ୍ଲକ ଗ୍ରାମପଞ୍ଚାୟତରେ ଆଜି ରବିବାର ସକାଳ ୯ଟା ସମୟରୁ ମଙ୍ଗଳବାର ସକାଳ ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ୪୮ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କଲେ ସରପଞ୍ଚ | ଗତରାତି ଶନିବାର ୩ଟା ସମୟରେ ବସ ଯୋଗେ ଆସି ବ୍ଲକ ସାମ୍ନାରେ ପହଂଚିଥିଲେ ଅନେକ ପ୍ରବାସୀ ମାନେ ଆସି ବ୍ଲକ ସାରା ତଥା ମୁରିବାହାଲର ଅନେକ ସ୍ଥାନରେ ସକାଳ ପର୍ଯ୍ୟନ୍ତ ବୁଲାବୁଲି କରିଥିବା ଅଭିଯୋଗ ହୋଇଛି |

ମୁରିବାହାଲ ସରପଞ୍ଚ ମହୋଦୟା, ମାଜିଷ୍ଟ୍ରେଟ ତହସିଲଦାର ନାରାୟଣ ସାହୁ, ଏବିଡିଓ ନରେଶ ଚନ୍ଦ୍ର ବେହେରା ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କରିଥିଲେ ଏବଂ କର୍ଫ୍ୟୁ କରିବା ପାଇଁ ଆଲୋଚନା କରିଥିଲେ କାରଣ ଏହି ଦୁଇଦିନ ମଧ୍ୟରେ ଅନେକ ପ୍ରବାସୀ ଆସିବାର ସୂଚନା ଥିବାରୁ ଏହିପ୍ରକାର ପଦକ୍ଷେପ ନେଇଥିବା ସୂଚନା ମିଳିଛି | ସମସ୍ତଙ୍କୁ ତାଙ୍କ ୭ ଗୋଟି ଗ୍ରାମ ପଞ୍ଚାୟତର ୧୦୦ ରୁ ଉର୍ଦ୍ଧ୍ୱ ପ୍ରବାସୀଙ୍କୁ ତାଙ୍କ ପଞ୍ଚାୟତ ମାନଙ୍କୁ ପଠେଇଥିଲେ, ମୁରିବାହାଲ ପତ୍ରାପାଲି (କ) ଦେବଙ୍ଗ ଗ୍ରାମର ଜଣ, ଡଙ୍ଗରପଡା, ଲଖନା, ଚଳକି, ବଡ଼ସାଇମରା, ଇଚ୍ଛାପଡା, ସରପଞ୍ଚ ତଥା ଜିଲ୍ଲାପାଳ ସମସ୍ତ ସରପଞ୍ଚଙ୍କୁ ଫୋନ କରି ତାଙ୍କରି ପଞ୍ଚାୟତ ଲୋକମାନଙ୍କୁ ନେବାପାଇଁ ବ୍ୟବସ୍ଥା କରିବାପାଇଁ କହିଥିଲେ | ଫୋନ ପାଇ ସମସ୍ତ ସରପଞ୍ଚ ମାନେ ତାଙ୍କର ସୁବିଧାକରି ନେଇଥିଲେ କିନ୍ତୁ ବିଡମ୍ବନାର କଥା ପ୍ରବାସୀ ଭାରତୀୟ ଆସୁଛନ୍ତି ହେଲେ ପ୍ରଶାସନ ପାଖରେ ଖବର ନାହିଁ | ମୁରିବାହାଲରେ ନୋଡାଲ ସେଣ୍ଟର ହୋଇଥିଲେ ମଧ୍ୟ କୌଣସି ଭାଇକିଲ ମହଜୁଦ ନାହିଁ ଏବଂ ଅନେକ ଅଫିସର ମଧ୍ୟ ଏହି ସମୟରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି |

ତେଣୁ ଜନସାଧାରଣ ପ୍ରଶାସନିକ ଅଧିକାରୀଙ୍କ ଏପରି ବେପୁରିଆ ମନଭାବ ଯୋଗୁଁ ତୀବ୍ର ପ୍ରତିକ୍ରିୟା ପାଉଛି | କିନ୍ତୁ ସରପଞ୍ଚ, ପିଓ ଗୁଣନିଧି ପାଇକ ଏବଂ ତହସିଲଦାର ସବୁସମୟରେ ଉପସ୍ଥିତ ରହି ତଦାରଖ କରୁଥିବା ଦେଖିବାକୁ ମିଳୁଛି | ପ୍ରଭାସୀ ମାନେ ବୁଲିବା ସ୍ଥାନ ମାନଙ୍କରେ ବ୍ଲକର ସମସ୍ତପିଲା ମାନେ ମିଶି ସରପଞ୍ଚଙ୍କ ତତ୍ଵଧାନରେ ସବୁଯାଗାରେ ବ୍ଲିଚିଙ୍ଗ ସିଞ୍ଚନ କରିଥିଲେ | ଗ୍ରାମବାସୀ ମାନେ ପ୍ରଭାସୀ ମାନେ ବୁଲିବା ଦେଖି ଚିନ୍ତାରେ ଗ୍ରାମବାସୀ | ସେହିପରି ମୁରିବାହାଲ ବ୍ଲକ ପତ୍ରାପାଲି (ଖ ) ଗ୍ରାମ ପଂଚାୟତରେ ଆସନ୍ତାକାଲି ସୋମବାର ତା୧୮ /୦୫ /୨୦୨୦ ରେ କର୍ଫ୍ୟୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରିକରିବା ସରପଞ୍ଚ ସୂଚନା ଦେଇଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: