Friday, March 29, 2024

Top 5 This Week

Related Posts

ବିଚାରଧୀନ କଏଦୀ ଗୁରୁତର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୧/୦୬) : ଟିଟିଲାଗଡ ଉପଖଣ୍ଡ ମୁଖ୍ୟ କାରାଗାର ରେ ଗତ ଦେଢ଼ ବର୍ଷ ଧରି ଏକ ଡକାୟତି ମାମଲା ରେ ଗିରଫ ହୋଇ ନିକଟସ୍ଥ ବଛାଯୁଝା ଗ୍ରାମ ନିବାସୀ ଅର୍ଜୁନ ପରଭୋଇ ବିଚାର ଧୀନ ବନ୍ଦି ଭାବେ ଅଛନ୍ତି ।

ଅର୍ଜୁନ ଓ ତାଙ୍କ ସହ ଅନ୍ୟ ତିନି ଜଣ ଏକ ଡକାୟତି ମାମଲା ରେ ଟିଟିଲାଗଡ ପୋଲିସ ଦ୍ଵାରା ଗିରଫ ହୋଇଥିଲେ । ଶନିବାର ପୂର୍ବାହ୍ନ ସମୟ ରୁ ସେ ହଠାତ୍ ଗୁରୁତର ଅସୁସ୍ଥ ହୋଇ ପଡିଥିବା ବେଳେ ତାଙ୍କୁ ଜେଲ କର୍ତ୍ତୁପକ୍ଷ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଅବସ୍ଥା ଗୁରୁତର ଥିବା ଯୋଗୁଁ ଉପଯୁକ୍ତ ସୁଧାର ନ ଆସିଲେ ବଲାଙ୍ଗୀର ସ୍ଥାନାନ୍ତରିତ କରାଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।

Popular Articles