Friday, March 29, 2024

Top 5 This Week

Related Posts

ମହାନଦୀ ଧାରା ର ସଫଳତା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୬) : ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମହାନଦୀ ଧାରା ଯୁକ୍ତଦୁଇ କଳା ର ରିଜଲ୍ଟ କୁ ନେଇ ପୁନଶ୍ଚ ଗୈାରବ ଆଣିଛି ।

ଗତ ପାଞ୍ଚ ବର୍ଷ ଧରି ଏହି ଅନୁଷ୍ଠାନ ର ଛାତ୍ରଛାତ୍ରୀ ସର୍ବୋତ୍ତମ ସଫଳତା ଦେଇ ଆସୁଥିବାବେଳେ ଚଳିତ ବର୍ଷ ମଧ୍ୟ ଏହି ଅନୁଷ୍ଠାନର ୪୯ ଜଣ ଛାତ୍ରଛାତ୍ରୀ ଉଚ୍ଚ ମାର୍କ ସହ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇ ଏକ ରେକର୍ଡ ସୃଷ୍ଟି କରିଛି । ଏହି ସଫଳତା ଜିଲ୍ଲାର ଶିକ୍ଷାନୁଷ୍ଠାନ ପାଇଁ ଏକ ସର୍ବାଧିକ ପ୍ରଥମ ଶ୍ରେଣୀ ପାଇଥିବା ଅନୁଷ୍ଠାନ ଭାବରେ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଏବଂ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକାଙ୍କ ପ୍ରଚେଷ୍ଟା ତଥା ପ୍ରତିଷ୍ଠାତା ପ୍ଲାବନ ମହାପାତ୍ର ଙ୍କ କ୍ରମାଗତ ଉଦ୍ୟମ ଯୋଗୁଁ ଅନୁଷ୍ଠାନ ଏପରି ସଫଳତାର ପାଇପାରିଥିବା ଅଭିଭାବକ ମହଲରେ ମତପ୍ରକାଶ ପାଇଛି । ଚଳିତ ବର୍ଷ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମହାନଦୀ ଧାରା ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରାଯାଇଛି ।

Popular Articles