Friday, August 14, 2020
Home District News ଆଜାଦ୍ ହିନ୍ଦ୍ ଫୌଜର ସେନାନୀଙ୍କ ପତ୍ନୀ ମିନତ ବି କ୍ବିରେସୀ ଓଡିଶା ସରକାରଙ୍କୁ କଲେ ପ୍ରଶ୍ନ

ଆଜାଦ୍ ହିନ୍ଦ୍ ଫୌଜର ସେନାନୀଙ୍କ ପତ୍ନୀ ମିନତ ବି କ୍ବିରେସୀ ଓଡିଶା ସରକାରଙ୍କୁ କଲେ ପ୍ରଶ୍ନ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୧୫ /୫): ଦେଶ ସ୍ବାଧୀନତା ସ୍ବପ୍ନ ଦେଖି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ” ମୋତେ ରକ୍ତ ଦିଅ ” ମୁଁ ତୁମକୁ ସ୍ବାଧୀନତା ଦେବି ” ଡାକରାରେ ପ୍ରଭାବିତ ହୋଇ ଶେଖ୍ ମହମ୍ମଦ ରମଜାନ କ୍ବିରେସି ଆଜାଦ୍ ହିନ୍ଦ୍ ଫୌଜରେ ସାମିଲ ହୋଇଥିଲେ ।

୧୯୩୯ ରୁ ୧୯୪୫ ମସିହାରେ ଚାଲିଥିବା ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଜାପାନ ଦେଶର ପରାଜୟ ଆଜାଦ୍ ହିନ୍ଦ୍ ଫୌଜକୁ ଶକ୍ତ ଧକ୍କା ଦେଇଥିଲା । ଘଟଣା କ୍ରମର ଆଜାଦ୍ ହିନ୍ଦ୍ ଫୌଜରେ ସାମିଲ ହୋଇଥିବା ସେନନୀ ମାନେ ନିଜ ନିଜ ଅଞ୍ଚଳକୁ ଚାଲି ଆସିଥିଲେ । ଶେଖ୍ କ୍ବିରେସି ନିଜ ଜନ୍ମ ମାଟି ତତ୍କାଳୀନ ମଧ୍ୟ ପ୍ରଦେଶ ରାଜ୍ୟ ଅନ୍ତର୍ଗତ ରାୟପୁର ନିକଟସ୍ଥ ଯୋଧପୁର ଗାଁ କୁ ଫେରି ଆସିଥିଲେ । ପରବର୍ତ୍ତୀ ସମୟରେ ପ୍ରାୟ ୫୫ ବର୍ଷ ପୂର୍ବେ କ୍ବିରେସି ଜୀବିକା ସନ୍ଧାନ ରେ ଆସି ଓଡିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଲକ ର ମାଣ୍ତୋସିଲ ଗ୍ରାମରେ ନିଜର ବାସସ୍ଥାନ ତିଆରି କରି ଆଖ ପାଖର ସାପ୍ତାହିକ ବଜାର ବଜାର ବୁଲି ଛତା ଓ ତାଲା ମରାମତି କରି ଜୀବିକା ମେଣ୍ଟାଉ ଥିଲେ । ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ଥାନ ସହ କାରଗିଲ ଯୁଦ୍ଧ ସମୟରେ ଭାରତୀୟ ସେନା କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ସ୍କଲ,କଲେଜ ଓ ଗ୍ରାମ ମାନଙ୍କରେ ସାଧାରଣ ସଭା ମାନ ଅନୁଷ୍ଠିତ ହୋଇଥିଲା । ଶାନ୍ତ, ସିଷ୍ଟ ବ୍ଯକ୍ତି କ୍ବିରେସି ଏହି ସମୟରେ ଲୋକ ଲୋଚନକୁ ଆସିଥିଲେ । ତାଙ୍କୁ ଅନେକ ସ୍ଥାନରୁ ନିମନ୍ତ୍ରଣ ହୋଇଥିଲା ଆଜାଦ୍ ହିନ୍ଦ୍ ଫୌଜର ସେ କିଭଳି ସାମିଲ ହେଲେ ଓ କିଭଳି ସଂଘର୍ଷ ଚାଲିଥିଲା ସେ ସଂପର୍କରେ ସଭା ମାନଙ୍କରେ ବର୍ଣ୍ଣନା କରୁଥିଲେ । ତାଙ୍କ ବାମ ଗୋଡରେ ସଂଘର୍ଷ ସମୟରେ ଲାଗିଥିବା ଗୁଳି ମାଡର ଚିହ୍ନ ମଧ୍ୟ ଲୋକ ଲୋଚନକୁ ଆସିଥିଲା । ଇତି ମଧ୍ୟରେ କ୍ବିରେସି ପରିବାର ଉପରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ବିବୃତ ଉପରେ ଶେଖ୍ ରାମଜାନ କ୍ବିରେସି ଙ୍କ ପତ୍ନୀ ମିନିତି ବି କ୍ବିରେସି ମୁହଁ ଖୋଲିଛନ୍ତି । ମିନିତି କହିଛନ୍ତି ଯେ , ଚାଉଲ,ଭତ୍ତା ସରକାର ଙ୍କ ଗାଇଡ ଲାଇନ ଅନୁଯାୟୀ ସାଧାରଣ ଲୋକେ ଯେଭଲି ପାଉଛନ୍ତି ମୁଁ ମଧ୍ୟ ପାଉଛି । କିନ୍ତୁ ଗତ ୫୫ ବର୍ଷ ଧରି ଆମେ ଜଣେ ସ୍ବାଧୀନତା ସଂଗ୍ରାମୀ ପରିବାର ଯେଉଁ ଜମି ରେ ଘର କରି ରହିଛୁଁ ତାର ପଟା ସରକାର ଆମକୁ ଦେଲେ ନାହିଁ । ଭୂମୀହୀନ ମାନଙ୍କ ପାଇଁ ସରକାର ଘର ଡିହ ଓ ଜମି ଯୋଗାଇ ଦେଉଥିବା ବେଳେ ଆମେ ଭୂମୀହୀନ ପରିବାର ଏଥିରୁ ବଞ୍ଚିତ ଅଛୁ । ସ୍ବାଧୀନତା ଆନ୍ଦୋଳନରେ ଜଣେ ସେନାନୀ ଭାବେ ମୋର ସ୍ବାମୀଙ୍କୁ ରାଜ୍ୟ ସରକାର ବଞ୍ଚି ଥିବା ବେଳେ ମାନ୍ଯତା ଦେଲେ ନାହିଁ । ଯଦି ଓ ରାଜ୍ୟର ବହୁ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମୋର ଗୁହାରି କୁ ରାଜ୍ୟ ସରକାର ପାଖରେ ପହଞ୍ଚିଇବେ ବୋଲି ସେ ସାମ୍ବାଦିକ ମାନଙ୍କୁ ଅନୁରୋଧ କରିଛନ୍ତି । କ୍ବିରେସି ଙ୍କ ୭୫ବର୍ଷ ବୟସ୍କ ପତ୍ନୀ ବର୍ତ୍ତମାନ ଚୁଡି ବିକ୍ରି କରି ନିଜର ପରିବାର ପୋଷଣ କରୁଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: