ପାଚିକା ଓ ସହାୟିକା ଙ୍କ ନିମନ୍ତେ ନିରାପତା ଓ ସ୍ୱଛତା ତାଲିମ ଶିବିର ଅନୁଷ୍ଠିତ

0
157
ପାଚିକା ଓ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୯/୬) : କାଶୀନଗର ବ୍ଲକ ରେ ସରକାରୀ ବିଦ୍ୟାଳୟ ଗୁଡିକ ରେ ନିୟୋଜିତ ଥିବା ପାଚିକା ଓ ସହାୟିକା ମାନଙ୍କ ସ୍ୱଛତା ଓ ନିରାପତା ଏକ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

କାଶୀନଗର ବ୍ଲକ ର ସରକାରୀ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନରେ ନିୟୋଜିତ ଥିବା ପାଚିକା ଓ ସହାୟିକା ମାନେ ଖାଦ୍ୟ ରାନ୍ଧିବା, ଓ ପରଷିବା ସମୟ ରେ କିକି ନିରାପତା ଓ ସ୍ୱଛତା ଅବଲମ୍ବନ କରିବେ ଯାହା ଦ୍ୱାରା ପ୍ରଧାନ ମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ ର ଲକ୍ଷ ପୂର୍ଣ୍ଣ ହେବ ସେ ନେଇ ସଚେତନ ଶିବିର ସ୍ଥାନୀୟ ବାରଣାସୀ ହାଇସ୍କୁଲ ର ସ୍ମାର୍ଟ କ୍ଲାସ ରୁମ, ରାଣୀପେଟା, ଓ ବିଜୟାନନ୍ଦ ହାଇସ୍କୁଲ ତିନିଗୋଟି ଶିବିର ରେ ଅନୁଷ୍ଠିତ ହୋଇଛି । ଆଜିକାର ଏହି ଶିବିର ରେ ମଧ୍ୟାହ୍ନ ଭୋଜନ ର ନୋଡାଲ ଅଧିକାରୀ ଶ୍ରୀ ବିଷ୍ଣୁ ଦାସ, ଓ ସାଧନ କର୍ମୀ ଭାବେ ବସନ୍ତ ମିଶ୍ର ଯୋଗ ଦେଇଥିଲେ ।