ରଥଯାତ୍ରା ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ

0
336
ରଥଯାତ୍ରା ନିମନ୍ତେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୮/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଚଳିତ ମାସ ରେ ହେବାକୁ ଥିବା ଶ୍ରୀ ଜୀଉ ଙ୍କ ରଥଯାତ୍ରା ନିମନ୍ତେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ର ସଭାଗୃହରେ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ରଥଯାତ୍ରା ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକରେ ଦେବତ୍ତର ବିଭାଗୀୟ ଅଧିକାରୀ ସୁଧାକର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ସରପଞ୍ଚ ଗୌତମ ବାର୍ଲି ମଞ୍ଚାସିନ ରହିଥିଲେ । ରଥ ବଡ ଦାଣ୍ଡ ସମତଳ କରିବା ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ପାନୀୟ ଜଳ ପାଇଁ ଆର ଡବ୍ଲୁ ଏସ, ଟ୍ରାଫିକ ନିୟନ୍ତ୍ରଣ, ଲେମ୍ଭୁ, କଞ୍ଚା ପିଜୁଳି, କଞ୍ଚା ପାଚିଲା କଦଳୀ, ଗୁଡି ରଥ ଉପରକୁ ନ ମାରିବା ପାଇଁ ପୋଲିସ କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ବନବିଭାଗ, ପଞ୍ଚାୟତ କୁ ବିଭିନ୍ନ ଦାୟିତ୍ୱ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅର୍ଥ ଆଦାୟ, ଯାତ୍ରା ପରିଚାଳନା କମିଟି ଗଠନ କରାଯାଇଛି । ଏଥିରେ ବ୍ରାହ୍ମଣ ସେବାୟତ, ଗ୍ରାମବାସୀ, ମନ୍ଦିର ପରିଚାଳନା କମିଟିର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି, ଗାଡିଚାଳକ ସଙ୍ଗ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଭି .ସୂରୀୟ ପ୍ରକାଶ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।