ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ

0
76
ଆଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୮/୦୬) : ଆଜି ବାହାରିବ +୨ କଳା ପରୀକ୍ଷା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ । ଆଜି ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ନେଇ ସିଏଚ୍‌ଏସ୍‌ଇ ସୂଚନା ଦେଇଛି ।

ପରୀକ୍ଷାର୍ଥୀମାନେ www.orissaresults.nic.in ମାଧ୍ୟମରେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ । ଏଥିସହ ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ । କଳାରେ ୨ ଲକ୍ଷ ୩୩ ହଜାର ୮୫୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ ୫୦୮୮ ଜଣ ଛାତ୍ରଛାତ୍ରୀ । ମାର୍ଚ୍ଚ ୧ ରୁ ଏପ୍ରିଲ ୫ ମଧ୍ୟରେ ହୋଇଥିଲା ପରୀକ୍ଷା । ତେବେ କାଲି ଅପରାହ୍ନରେ ସିଏଚ୍‌ଏସ୍‌ଇ ୱେବସାଇଟ୍‌ରେ ଉପଲବ୍ଧ ହେବ ପରୀକ୍ଷା ଫଳ ।