Friday, March 29, 2024

Top 5 This Week

Related Posts

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ର ଫାଇନାଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୭/୦୬) : ଆଜି ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ । ଇଂଲଣ୍ଡର ଓଭାଲ ମୈଦାନରେ ଲଢ଼ିବେ ଭାରତ- ଅଷ୍ଟ୍ରେଲିଆ ।

ପ୍ରାୟ ଦଶନ୍ଧିର ଅପେକ୍ଷାରେ ବିରାମ ଲାଗିବା ନେଇ ପ୍ରତିଟି ଭାରତୀୟଙ୍କ ମନରେ ଆଶା ଓ ଉତ୍ସାହ। ପୂର୍ବ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ନ୍ୟୁଜିଲାଣ୍ଡା ଠାରୁ ପରାସ୍ତ ହୋଇଥିଲା ଭାରତ । ହେଲେ ପୂର୍ବଥର ଅପେକ୍ଷା ଚଳିତ ଥର ଭାରତୀୟ ଟିମରେ ଅନେକ ପରିବର୍ତ୍ତନ ହୋଇଛି । ରୋହିତଙ୍କ ନେତୃତ୍ବରେ ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଝିଙ୍କ୍ୟ ରାହାଣେ, ରବିନ୍ଦ୍ର ଜାଡେଜା, ଅଶ୍ବିନ୍, ଅକ୍ଷର ପଟେଲ, ଇଶାନ କିସନ, ମହମ୍ମଦ ସାମି, ମହମ୍ମଦ ସିରାଜ ଏବଂ ସାର୍ଦୁଲ ଠାକୁର ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବା ନେଇ ଆକଳନ କରାଯାଉଛି । ଅନ୍ୟପଟେ ପ୍ୟାଟ କମିନ୍ସଙ୍କ ଅଷ୍ଟ୍ରେଲିଆ ଦଳ ମଧ୍ୟ ସୁଦୃଢ଼ ଥିବାରୁ ଦୁଇ ଦଳ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି ।

1 COMMENT

Comments are closed.

Popular Articles