Friday, March 29, 2024

Top 5 This Week

Related Posts

କଣ୍ଟେନରରୁ ୭୦ ଟି ଗୋରୁ ଉଦ୍ଧାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୭/୦୬) : ସମ୍ବଲପୁରରେ ଗୋରୁ ବୋଝେଇ କଣ୍ଟେନର ଜବତ । ଧନୁପାଲି ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନକ୍ସାପାଲିରେ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି ।

କଣ୍ଟେନର ରୁ ୭୦ ଟି ଗୋରୁ ଉଦ୍ଧାର କରାଯାଇଛି। ନକ୍ସାପାଲି ଗାଁ ଲୋକେ କଣ୍ଟେନର କୁ ସନ୍ଦେହ କରି ଅଟକାଇଥିଲେ । ଆଗରେ ଆଉ ୨ ଟି ଗୋରୁ ବୋଝେଇ ଗାଡି ଯାଉଥିବା ବେଳେ ଫେରାର ମାରିଥିଲେ । ଘଟଣା ସ୍ଥଳରୁ ଡ୍ରାଇଭର ଓ ଜଣେ ସହଯୋଗୀ ଫେରାର ବେଳେ ୨ ଜଣକୁ କାବୁ କରିଛନ୍ତି । ଧନୁପାଲି ପୋଲିସ ଘଟଣା ସ୍ଥଳକୁ ପହଚି ଗାଡି ଜବତ ସହ ୨ ଜଣକ ଗିରଫ କରିଛି । କେଉଠୁ କେଉ ସ୍ଥାନକୁ ଗୋରୁ ଚାଲାଣ ହେଉଥିଲା ତାହା ଜଣାପଡିନି ।

Popular Articles