Advertisements
Saturday, May 30, 2020
Home Accidental Death ଦୁର୍ଘଟଣାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ, ସରକାରୀ ସହାୟତା ନ ପାଇ ପରିବାର ଅସହାୟ

ଦୁର୍ଘଟଣାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ, ସରକାରୀ ସହାୟତା ନ ପାଇ ପରିବାର ଅସହାୟ

ରିପୋର୍ଟ: ଜଗନ୍ନାଥ ଦଳେଇ
ଖଇରପୁଟ (୧୪/୫): ଏକ ସଡକ ଦୁର୍ଘଟଣାରେ ଗତ ରବିବାର ଦିନ ମୃତ୍ୟୁ ଘଟିଟିଥିବା ମୁଦୁଲିପଡା ଥାନା ଗୃହରକକ୍ଷୀଙ୍କ ପରିବାର ଏବେ ଅସହାୟ ହୋଇପଡିଛି । ଗୃହରକ୍ଷୀଙ୍କ ମୃତ୍ୟୁ ପରେ ପରିବାରର ୮ପ୍ରାଣୀ କୁଟୁମ୍ବ ବେସାହାରା ହୋଇପଡିଛନ୍ତି ।

କରୋନା ଡିଉଟିରେ ଯିବା ବେଳେ ମୃତ୍ୟୁ ଘଟିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କ ତରଫରୁ କୌଣସି ସହାୟତା କରାଯାଇ ନ ଥିବାରୁ ମୃତକଙ୍କ ପିଲାମାନେ କିପରି ପାଠ ପଢିବେ ସେନେଇ ପରିବାର ଚିନ୍ତାରେ ଅଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସି ନିବେଦନ କରିଛନ୍ତି । ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଗୃହରକ୍ଷୀ ଲଚମନ ନାୟକ (୩୮)ଙ୍କୁ ଗବିନ୍ଦପାଲି କଲେଜ ସଂଗରୋଧ କେନ୍ଦ୍ରରେ ଡିଉଟି ଦିଆଯାଇଥିଲା । ଅପ୍ରେଲ ୨୫ତାରିଖରେ ସକାଳେ ଲଚମନ ତାଙ୍କ ବାଇକ ଯୋଗେ ସଙ୍ଗରାଧ କେନ୍ଦ୍ରକୁ ଯାଉଥିଲେ । କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ଗବିନ୍ଦପାଲି ପୋଲ ନିକଟରେ ଭାରସାମ୍ୟ ହରାଇ ବାଇକ ସହ ସେ ପୋଲ ତଳକୁ ଖସିପଡିଥିଲେ । ଦୁର୍ଘଟଣା ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ମାଥିଲି ସ୍ୱାସ୍ତ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମମନ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ମସ୍ତିଷ୍କରେ ଆଘାତ ଲାଗିଥିବାରୁ ବହୁତ ଗୁରୁତର ଥିଲା । କୋରାପୁଟରେ ମଧ୍ୟ ସ୍ୱାସ୍ଥ୍ୟବସ୍ତାରେ ପରିବର୍ତ୍ତନ ନ ହେବାରୁ ଏସପି ଓ ପୁଲିସ ପ୍ରଶାସନ ସହାୟତାରେ ତାଙ୍କୁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମୁଦୁଲିପଡା ଥାନା ଅଧିକାରୀ ମାଧବ ବେହେରା ଓ ବିଭାଗ ପକ୍ଷରୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା । ଗତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା ।

ଅନ୍ୟପକ୍ଷେ ଲଚମନଙ୍କ ମୃତ୍ୟୁରେ ତାଙ୍କ ପରିବାର ଉପରେ କଳାବାଦଲ ଘୋଟିଆସିଛି । ପରିବାରେ ଏବେ ତାଙ୍କ ପତ୍ନୀ ବବିତା ନାୟକ ଶାଶୁ ଶଶୁରଙ୍କ ସହ ୪ଟି ପୁଅ ଝିଅ । ଲଚମନ ଥିଲେ ପରିବାରର ଏକମାତ୍ର ରୋଜଗାର ଵ୍ୟକ୍ତି । ତାଙ୍କ ରୋଜଗାର ଉପରେ ୮ପ୍ରାଣୀ କୁଟୁମ୍ବ ନିର୍ଭର କରୁଥିଲେ । ବଡ ଝିଅ ମଧୁସ୍ମିତା (1୮) +୨ ବିଜ୍ଞାନ ପଡୁଥିବା ବେଳେ ଦ୍ୱିତୀୟ ଝିଅ ସନ୍ଦ +୨ କଳା ପଡୁଟିବାବେଳେ ପୁଅ ରହନ ଓ ରସନ ଅଷ୍ଟମ ଶ୍ରେଣୀରେ ହାଇସ୍କୁଲ ପଡୁଛନ୍ତି । କାର୍ଯ୍ୟରତ ସମୟରେ ବାପାଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସହାୟତା ପ୍ରଦାନ କରାଯାଇ ନ ଥିବା ତାଙ୍କ ପୁଅ ଝିଅ ମାନେ କହିଛନ୍ତି । ଲଚମନଙ୍କ ପରିବାରକୁ ସରକାରୀ ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: