ସାଙ୍ଗସାଥୀ ଙ୍କ ସହ ବୁଲିବାକୁ ଆସିଥିଲେ ମେଡିକାଲ ଛାତ୍ର

0
138
ସାଙ୍ଗସାଥୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୦୫/୦୬) : ସାଙ୍ଗସାଥୀ ଙ୍କ ସହିତ ବୁଲିବାକୁ ଆସିଥିଲେ ୮ ଜଣ ମେଡିକାଲ ଛାତ୍ର । ହେଲେ ଜଳପ୍ରପାତରେ ସମସ୍ତେ ମିଳିମିଶି ଗାଧଉଥିବା ବେଳେ ଜଣଙ୍କର ଗୋଡ଼ ଖସିଗଲା ।

ସାଙ୍ଗସାଥୀ ଙ୍କ ସହ ଗାଧଉଥିବା ବେଳେ ଗୋଡ଼ ଖସିଯିବା ଫଳରେ ପାଣିରେ ବୁଡି ଚାଲିଗଲା ଛାତ୍ରଙ୍କ ଜୀବନ । ଏଭଳି ଘଟଣା ଘଟିଛି ଉଦଳା ଥାନା ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡରେ । ବାରିପଦା ପିଆରଏମ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଲିପେନ ସାହୁ ନିଜର ୭ ଜଣ ସାଙ୍ଗଙ୍କ ସହିତ ଦେବକୁଣ୍ଡ ବୁଲିବାକୁ ଆସିଥିଲେ । ଦେବକୁଣ୍ଡ ଜଳପ୍ରପାତରେ ଗାଧଉଥିବା ବେଳେ ହଠାତ ଲିପେନଙ୍କର ଗୋଡ଼ ଖସି ଯାଇଥିଲା । ଗୋଡ଼ ଖସିଯିବା ଫଳରେ ସେ ପାଣି ଭିତରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ପରେ ଶ୍ରୀଦାମଚନ୍ଦ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଉଦଳା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ମୃତ ଛାତ୍ର ଜଣଙ୍କ ବ୍ରହ୍ମପୁର ଥାନା ଗଳନ୍ଥରା ଅଞ୍ଚଳର ବୋଲି ଜଣାପଡିଛି ।