Thursday, March 28, 2024

Top 5 This Week

Related Posts

ସୁନ୍ଦରଗଡ଼ RWD ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୬/୦୬) : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ସୁନ୍ଦରଗଡ଼ ହେମଗିରି ସେକ୍ସନର ଗ୍ରାମ୍ୟ ଉନ୍ନୟନ ଡିଭିଜନର ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରାଙ୍କ ଘରେ ରେଡ୍ ହୋଇଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଞ୍ଜୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଭଦ୍ରକ ଆଚାର୍ଯ୍ୟନଗର ସ୍ଥିତ ବାସଭବନରେ ରେଡ୍‌ କରୁଛି ରାଉରକେଲା ଭିଜିଲାନ୍ସ ଟିମ୍‌ । ଡିଏସପି ବୀରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ବରେ ଚାଲିଛି ଚଢ଼ାଉ । ସଞ୍ଜୟ ବେହେରାଙ୍କ ଭଦ୍ରକ ସ୍ଥିତ ବାସଭବନ, ବନ୍ତ ସ୍ଥିତ ପୈତୃକ ଘର ଓ ସିନ୍ଦୋଳରେ ଥିବା ଶ୍ବଶୁର ଘରେ ମଧ୍ୟ ଚାଲିଛି ଚଢ଼ାଉ । ସୁନ୍ଦରଗଡ଼ ଓ ଭଦ୍ରକର ୭ଟି ସ୍ଥାନରେ ଏକକାଳୀନ ରେଡ୍ କରିଛନ୍ତି ।

Popular Articles