Friday, September 25, 2020
Home Corona Lockdown କନ୍ଧମାଳରୁ ମଧ୍ୟପ୍ରଦେଶ ଫେରିଲେ ୪୮ ଶ୍ରମିକ

କନ୍ଧମାଳରୁ ମଧ୍ୟପ୍ରଦେଶ ଫେରିଲେ ୪୮ ଶ୍ରମିକ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୧୪ /୫ ): ବିଶ୍ୱମହାମାରୀ କରୋନା ସାରାଦେଶରେ କାୟାବିସ୍ତାର କରିଥିବାରୁ ଏହାକୁ ଦୃଷ୍ଟିରେ ରଖି ଲକଡାଉନ କରାଯାଇଛି | ପେଟ ପାଟଣା ପାଇଁ କନ୍ଧମାଳକୁ ଆସି ଲକଡାଉନ ସମସ୍ୟା ଓ ଗାଡି ଚଳାଚଳ ବନ୍ଦଥିବାରୁ ନିଜ ଭିଟାମାଟିକୁ ଯାଇ ନ ପାରି ଫସି ରହିଥିଲେ ଭୋକଉପବାସରେ ପଡିରହିଥିଲେ |

ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରି ବାଲିଗୁଡା ଓ ରାଇକିଆରେ ରଖାଯାଇଥିଲା ଓ ଉତ୍ତମ ଭାବରେ ଖାଇବା ପିଇବା ବନ୍ଦବୋସ୍ତ କରାଯାଇଥିଲା | ଦୀର୍ଘ ଦିନ ହେବ ଶ୍ରମିକମାନେ ଘରକୁ ଯିବାକୁ ଚାଁହୁଥିଲେ ଇ-ପାସ ଜରିଆରେ ସେମାନଙ୍କୁ ଜ଼ିଲ୍ଲା ପ୍ରଶାସନ ଅନୁମତି ଦେବାପରେ ଏନ ଏ ସି ପକ୍ଷରୁ ବାଲିଗୁଡାରୁ ୨୯ଜଣ ଓ ରାଇକିଆରୁ ୧୪ଜଣ ଶ୍ରମିକଙ୍କୁ ସେମାନଙ୍କୁ ମଧ୍ୟପ୍ରଦେଶର ସାଗର ଜ଼ିଲ୍ଲା ରହତଗଡ଼ ଗାଁକୁ ଏକ ବସଯୋଗେ ଗୁରୁବାର ସନ୍ଧ୍ୟାରେ ପଠାଇ ଦିଆଯାଇଛି |

ବାଲିଗୁଡା ଏନ ଏ ସି ଅଧକ୍ଷ ଲୋକନାଥ ପାଢ଼ୀ ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର ପଣ୍ଡା ଶାନ୍ତିମୈତ୍ରୀର ସମ୍ପାଦକ ଭଗବାନ ଜେନା ପ୍ରମୁଖ ସବୁଜ ପତାକା ହଲାଇ ଗନ୍ତବ୍ୟ ପଥର ଶୁଭାରମ୍ଭ କରିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୨୪/୦୯): ବରୀ ବ୍ଲକ ଅଧିନସ୍ଥ ଆନ୍ୟାସପୁର ଗ୍ରାମ ରେ ପ୍ରେମ ବିବାହ କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତୁ ଘଟିଛି...

ବିଜେପି ନେତା ବି. ସୁବାଷ ଚନ୍ଦ୍ରପାତ୍ରଙ୍କ ବିୟୋଗରେ ଶୋକ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା ୨୪/୯): ବାଲିଗୁଡାର ବରିଷ୍ଠ ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ବିୟୋଗରେ କନ୍ଧମାଳ ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶୋକ ସଭା ଅନୁଷ୍ଠିତ...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଜୁନାଗଡ ହାଇଟେକ ଥାନା ଉଦଘାଟିତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି ତା୨୪.୦୯.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ଓଡିଶା ର ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ...

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି...

Recent Comments

%d bloggers like this: