Advertisements
Saturday, May 30, 2020
Home Farmer Issue ଜୀବନ ଯୁଦ୍ଧରେ ଲଢ଼ୁଛନ୍ତି ବୃଦ୍ଧ ଦିବ୍ୟାଙ୍ଗ ସମରା, ପ୍ରଶାସନର ଦୃଷ୍ଟି ପଡୁ

ଜୀବନ ଯୁଦ୍ଧରେ ଲଢ଼ୁଛନ୍ତି ବୃଦ୍ଧ ଦିବ୍ୟାଙ୍ଗ ସମରା, ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ (୧୪/୦୫): ଜିବନ ଯୁଦ୍ଧ ରେ ଲଢ଼ି ଚାଲିଛନ୍ତି ଦିବ୍ୟାଙ୍ଗ ସମରା। ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଘର ଅଛି ନା ପେଟକୁ ମୁଠାଏ ଦାନା ଯୋଗାଇବାକୁ ବଳ ଅଛି। ଏଭଳି ଜିବନ ଯନ୍ତ୍ରଣା ରେ ଛଟ ପଟ ହେଉଥିବା କିଛି ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖିବା ଚାଲନ୍ତୁ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସିଲ୍ ପଡା ଗ୍ରାମରୁ ରିପୋର୍ଟ।

ବୟସର ଅପରାହ୍ନ ସମୟ ପାଖାପାଖି ୮୫ ଛୁଇଲାଣି । ଆଯକୁ ଦଶ ବର୍ଷ ପୂର୍ବେ ନିଜ ବିଲ ରେ ପଥର କାମ କରୁଥିବା ସମୟରେ ହଠାତ୍ ଗୋଟେ ବଡ଼ ପଥର ଖଣ୍ଡେ ବାମ ପଟ ଗୋଡ଼ ଉପରେ ପଡ଼ି ଯିବାରୁ ଗଡ ଟି ଦୁଇ ଖଣ୍ଡ ହୋଇ ଭାଙ୍ଗି ଗଲା ତେଣୁ ବାଧ୍ୟ ହୋଇ ଗଡ ଟି କୁ କାଟି ଦିଆଗଲା।। ବାସ୍ ସେହି ଦିନ ଠାରୁ ଅକର୍ମଣ୍ୟ ହୋଇ ଗଲେ ସମରା । ଦିନ ଥିଲା ସାରା ପରିବାର ସହ ହସ ଖୁସି ଜିବନ କାଟୁଥିଲେ ଓ ନିଜ ପରିବାର କୁ ଏକେଲା ଚଳାଉ ଥିଲେ। କିନ୍ତୁ ଯୋଉ ଦିନ ପଥର ପଡି ଗୋଡ଼ ନଷ୍ଟ ହୋଇଗଲା ସେହିଦିନ ଠାରୁ ଆରମ୍ଭ ହେଲା ନିଜ ଜୀବନକୁ ବଞ୍ଚାଇବାକୁ ସଂଘର୍ଷ। ସମରା ଙ୍କ ତିନି ପୁଅ ଅଛନ୍ତି କିନ୍ତୁ ସେମାନଙ୍କ ଅବସ୍ଥା ଭି ଦୟନୀୟ। ତେଣୁ କିଏ କାହାକୁ ସାହାଯ୍ୟ କରିବ। ପ୍ରଶାସନ କିନ୍ତୁ ବିକଳାଙ୍ଗ ଯୋଜନା ରେ ସମରା ଙ୍କୁ ମାସକୁ ସାତଶହ ଟଙ୍କା ଲେଖାଏଁ ଦେଇ ନିଜର ଦାୟିତ୍ବ ସାରି ଦେଇଛି ।

ଏବେ ହାତରେ ବାଡ଼ି ଖଣ୍ଡେ ଧରି ଘୋଷାରି ଘୋଷାରି ହୋଇ ଘର ଦାଣ୍ଡ ହୋଇ ବୁଲୁଛନ୍ତି ସମରା କିଏ କଣ ଟିକେ ଖାଇବାକୁ ଦେଲେ ଆଖିରୁ ଲୁହ ଢାଳି ଢାଳି ଚୁପ୍ ଚାପ୍ ଖାଇ ବସି ରହନ୍ତି। ଦେଖା ଯାଉ କେବେ ପ୍ରଶାସନ ର ଶୁଭ ଦୃଷ୍ଟି ପଡୁଛି ଓ ପେଟକୁ ମୁଠାଏ ଦାନା ପାଇଁ ରେଷନ କାର୍ଡ ଖଣ୍ଡେ ଓ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ଯୋଗାଇ ଦେଉଛି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: