ଜମିବାଡ଼ି ବିବାଦ କୁ ନେଇ ଗଣ୍ଡଗୋଳ, ଦୁଇ ଗିରଫ

0
79
ଜମିବାଡ଼ି ବିବାଦ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୫/୦୬) : ଜମିବାଡ଼ି ବିବାଦ କୁ ନେଇ ଗଣ୍ଡଗୋଳ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ତୁଳସିପୁର ପଞ୍ଚାୟତର ପଥରପଦା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଦୁଇ ଦିନ ତଳେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି ।

ଜମିବାଡ଼ି ବିବାଦ କୁ ନେଇ ଗଣ୍ଡଗୋଳ । ଯାହା ଫଳରେ କି ଦୁଇଜଣ ଗୁରୁତର ଆହତ ହୋଇ ଚାରିଛକ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏ ନେଇ ଉଭୟ ପରିବାର ପକ୍ଷରୁ ଚାରିଛକ ଥାନାରେ ପୃଥକ୍ ପୃଥକ୍ ଦୁଇଟି ଅଭିଯୋଗ ହୋଇଛି । ପୋଲିସ ଦୁଇଟି ମାମଲା ରୁଜ୍ଜୁ କରି ଉଭୟ ପକ୍ଷରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବା ବଦଳରେ ଅଯଥାରେ ଏକ ନିରୀହ ବ୍ୟକ୍ତିଙ୍କୁ ଗିରଫ କରିବା ପ୍ରତିବାଦରେ ଗ୍ରାମର ପ୍ରାୟ ୩୦ ରୁ ଉର୍ଦ୍ଧ ମହିଳା ମାନେ ଆସି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଚାରିଛକ ଥାନା ଅଧିକାରୀଙ୍କ ବୁଝା ସୁଝା ପରେ ମହିଳାମାନେ ଧାରଣା ସ୍ଥଳରୁ ଉଠିଥିଲେ ।